ଚୀନ୍‌ରେ ଭୂକମ୍ପ, ୨୧ ମୃତ

0 56

ବେଜିଂ: ଚୀନରେ ଆଜି ଏକ ବଡ଼ ଧରଣର ଭୂମିକମ୍ପ ହୋଇଛି । ସିଚୁଆନ୍‌ ଅଞ୍ଚଳରେ ଭୟଙ୍କର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬.୮ ରେକର୍ଡ କରାଯାଇଛି । ଭୂକମ୍ପ ଯୋଗୁ ବିଭିନ୍ନ ସ୍ଥାନରେ ୨୧ ଲୋକଙ୍କ ମୃତ୍ୟୁ ହୋଇଛି । ଏଥିସହ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଭୂମିକମ୍ପର କେନ୍ଦ୍ର ଲିଡୁଙ୍ଗ କାଉଣ୍ଟି ଥିବା ଜଣାପଡିଛି, ଯାହା ବର୍ତ୍ତମାନ ବଢୁଥିବା କରୋନା ସଂକ୍ରମଣ ସହ ସଂଘର୍ଷ କରୁଛି । ଆଜି ମଧ୍ୟାହ୍ଣରେ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା । ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ବହୁ ବଡ ବଡ କୋଠା ଥରିବାକୁ ଲାଗିଥିଲା । ଏହା ଦେଖି ଲୋକମାନେ ଭୟରେ ବାହାରକୁ ଚାଲି ଆସିଥିଲେ । ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଭୂକମ୍ପରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଇଛି । ଅନେକ ସ୍ଥାନରେ କ୍ଷୟକ୍ଷତି ହୋଇଛି । ବଡ ବଡ କୋଠା ଗୁଡିକ ସବୁ ଭାଙ୍ଗି ଯାଇଛି । ରାସ୍ତାରେ ପାହାଡ ଉପରୁ ପଥର ଖସି ଟ୍ରାଫିକ୍‌ ଜାମ୍‌ ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଭୟଙ୍କର ଭୂମିକମ୍ପର କିଛି ଭିଡିଓ ଚୀନର ସୋଶାଲ ମିଡିଆରେ ମଧ୍ୟ ଶେଆର କରାଯାଇଛି । ଯେଉଁଥିରେ କୋଠାଗୁଡିକ ଥରୁଥିବା ଦେଖିବାକୁ ମିଳିଛି । ସିଚୁଆନ୍‌ ପ୍ରାନ୍ତ ଯେଉଁଠାରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି, ତାହା ତିବ୍ୱତର ପାହାଡରେ ଅବସ୍ଥିତ । ୨୦୦୮ରେ ମଧ୍ୟ ଏଠାରେ ଏକ ଭୟଙ୍କର ଭୂକମ୍ପ ହୋଇଥିଲା,ଯେଉଁଥିରେ ପ୍ରାୟ ୭୦ ହଜାର ଲୋକ ପ୍ରାଣ ହରାଇଥିଲେ । ୨୦୧୩ ମଧ୍ୟ ସମାନ ଅଞ୍ଚଳରେ ରିକ୍ଟର ସ୍କେଲରେ ୭ ତୀବ୍ରତାର ସହ ଭୂମିକମ୍ପ ହୋଇଥିଲା । ଏଥିରେ ୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା ।

hiranchal ad1
Leave A Reply

Your email address will not be published.

9 + 2 =