ଚୀନ୍‌ ଭୂକମ୍ପ ମୃତ୍ୟୁ ୧୦୦ ଟପିଲା

0 55

ବେଜିଂ,୬/୯: ଚୀନରେ ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ଆଜି ୧୦୦ ଅତିକ୍ରମ କରିଛି । ଚୀନର ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ସବୁଠୁ ବେଶୀ କ୍ଷତି ଘଟିଛି । ଲୋକମାନେ କୋଭିଡ ଲକଡାଉନ ଯୋଗୁଁ ଘରେ ବନ୍ଦୀ ଥିଲେ । ଫଳରେ ମୃତ୍ୟୁ ସଂଖ୍ୟା ଅଧିକ ହେବ ବୋଲି ଆଶା କରାଯାଉଛି । ଆମେରିକା ଜିଓଲୋଜିକାଲ ସର୍ଭେ ଅନୁସାରେ, ସିଆଚୁନ ପ୍ରଦେଶର କାଙ୍ଗଡିଙ୍ଗ ସହରର ୨୬ ମାଇଲ ଦୂରରେ ଅନୁଭୂତ ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୬ ଥିଲା । ସିଆଚୁନ୍‌ ରାଜଧାନୀ ଚେଙ୍ଗୁଡରେ ଭୂକମ୍ପ ଯୋଗୁଁ କୋଠାଗୁଡିକ ଦୋହଲି ଉଠିଥିଲା । ଏହି ସମୟରେ କଠୋର କୋଭିଡ କଟକଣା ଯୋଗୁଁ ଲକ୍ଷ ଲକ୍ଷ ଲୋକ ଘରେ ବନ୍ଦ ରହିଥିଲେ । ଗଣମାଧ୍ୟମ ରିପୋର୍ଟ ମୁତାବକ ବଡ ଭୂକମ୍ପ ପରେ ଏକାଧିକ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାଯୋଗୁ କେତେକ ଘର ଭାଙ୍ଗିଯାଇଛି । ରାଷ୍ଟ୍ରପତି ସି.ଜିନପିଙ୍ଗ ସ୍ଥାନୀୟ ପ୍ରଶାନଗୁଡିକୁ ଲୋକଙ୍କ ଜୀବନ ବଞ୍ଚାଇବା ଉପରେ ପ୍ରାଥମିକତା ଦେବା ପାଇଁ ଆହ୍ୱାନ ଦେଇଥିଲେ । ସିଆଚୁନ୍‌ର ୱେନଚୁଆନ କାଉଣ୍ଟିଂରେ ୨୦୦୮ରେ ୮.୦ ତୀବ୍ରତାରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏଥିରେ ପ୍ରାଣ ହରାଇଥିଲେ ହଜାର ହଜାର ଲୋକ ।

hiranchal ad1
Leave A Reply

Your email address will not be published.

fifteen − 5 =