ପ୍ରିନ୍ସପାଲଙ୍କ ସମେତ ୩ ଶିକ୍ଷକ ଛାତ୍ରୀଙ୍କୁ କଲେ ଗଣଦୁଷ୍କର୍ମ, ଭିଡିଓ ଉଠାଇଲେ ଦୁଇ ଶିକ୍ଷୟିତ୍ରୀ

0 172

ଜୟପୁର :

ଗୁରୁବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର ଅର୍ଥାତ୍‌ ଗୁରୁ ହିଁ ବ୍ରହ୍ମା, ଗୁରୁ ହିଁ ବିଷ୍ଣୁ ଓ ଗୁରୁ ହିଁ ମହେଶ୍ୱର ।

ଆଜିର ସମାଜରେ ଗୁରୁଶିଷ୍ୟର ସଂପର୍କ ଆଉ ସେଭଳି ନାହିଁ କହିଲେ ଚଳେ । ପ୍ରାୟ ପ୍ରତ୍ୟେକ ସମୟରେ ଗୁରୁ ଓ ଶିଷ୍ୟାଙ୍କ ମଧ୍ୟରେ ପାପ ସଂପର୍କ ରହୁଛି । କେତେବେଳେ ଶିକ୍ଷକ ଛାତ୍ରୀଙ୍କ ଖରାପ ନଜରରେ ଦେଖୁଛନ୍ତି ତ ଆଉ କେତେବେଳେ ଶିକ୍ଷୟିତ୍ରୀମାନେ ମଧ୍ୟ ଛାତ୍ରଙ୍କୁ ଏପରି ନଜରରେ ଦେଖୁଥିବା ମଧ୍ୟ ନଜିର ରହିଛି । ଏମିତି ଏକ ଘଟଣା ରାଜସ୍ଥାନର ଏକ ବିଦ୍ୟାଳୟରେ ଘଟିଛି ଯାହା ଏଠାରେ ବର୍ଣ୍ଣନା କରିବା ବେଳେ ମଧ୍ୟ ଲୋମଟାକୁରି ଯାଉଛି । ରାଜସ୍ଥାର ଅଲୱାର ଜିଲ୍ଲାର ଏକ ସରକାରୀ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ତାଙ୍କ ବାପାଙ୍କୁ କହିଛନ୍ତି ଯେ, ତାଙ୍କ ସ୍କୁଲର ପ୍ରଧାନଶିକ୍ଷକ ଓ ଆଉ ତିନି ଜଣ ଶିକ୍ଷକ ମିଶି ତାଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ଏହି ଘୃଣ୍ୟ କାର୍ଯ୍ୟର ଭିଡିଓ ଉତ୍ତୋଳନ କରିଛନ୍ତି ସେହି ବିଦ୍ୟାଳୟର ଦୁଇ ଶିକ୍ଷୟିତ୍ରୀ ।

hiring


ଖବର ମୁତାବକ ଛାତ୍ରୀଙ୍କ ପିତା ଜଣେ ଟ୍ରକ ଡ୍ରାଇଭର ହୋଇଥିବା ବେଳେ ମା ତାଙ୍କର ଭିନ୍ନକ୍ଷମ ତଥା ମୂକବଧିର । ବାପା କାମ ପାଇଁ ପ୍ରାୟତଃ ଘରେ ରହୁନ୍ତି ନାହିଁ । ନିକଟରେ ସେ ନିଜ ଘରକୁ ଫେରିବା ପରେ ଜାଣିବାକୁ ପାଇଲେ ଯେ ତାଙ୍କ ଝିଅ ଆଉ ସ୍କୁଲ ଯାଉନାହିଁ । ଛାତ୍ରୀଙ୍କୁ କଲେ ଗଣଦୁଷ୍କର୍ମର କାରଣ ସଂପର୍କରେ ସେ ତାଙ୍କ ଝିଅକୁ ପଚାରିବାରୁ ଏହି ଭୟଙ୍କର ଘଟଣା ସାମ୍ନାକୁ ଆସିଥିଲା ।


ଛାତୀ ଜଣକ କହିଥିଲେ ଯେ ବିଦ୍ୟାଳୟର ଦୁଇଜଣ ମହିଳା ଶିକ୍ଷୟିତ୍ରୀ ତାଙ୍କୁ ମାଗଣା ପୋଷାକ, କପି ଏବଂ ବୁକ୍‌ ଦେବାର ପ୍ରଲୋଭନ ଦେଖାଇଥିଲେ । ପରେ ସେମାନେ ତାଙ୍କୁ ବିଦ୍ୟାଳୟ ନିକଟରେ ରହୁଥିବା ଜଣେ ଶିକ୍ଷକଙ୍କ ଘରକୁ ନେଇଯାଇଥିଲେ । ସେଠାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଅନ୍ୟ ଦୁଇଜଣ ଶିକ୍ଷକ ମଦ୍ୟପାନ କରି ରହିଥିଲେ । ସେଠାକୁ ଯିବା ପରେ ଜଣେ ମହିଳା ଶିକ୍ଷୟିତ୍ରୀ ତାଙ୍କ ପୋଷାକ କାଢି ନେଇଥିଲେ । ପରେ, ଚାରିଜଣ ପୁରୁଷ ଶିକ୍ଷକ ତାଙ୍କୁ ବଳାତ୍କାର କରିଥିଲେ । ଛାତ୍ରୀଙ୍କୁ କଲେ ଗଣଦୁଷ୍କର୍ମ କରିଥିବା ସମୟ ମଧ୍ୟରେ ଉଭୟ ମହିଳା ଶିକ୍ଷୟିତ୍ରୀ ଭିଡିଓ ରେକର୍ଡିଂ କରିଥିଲେ ।


ଯେତେବେଳେ ଶିକ୍ଷକମାନଙ୍କ ଏହି କାର୍ଯ୍ୟକୁ ଛାତ୍ରୀ ଜଣକ ବିରୋଧ କରିଥିଲେ, ସେତେବେଳେ ପରୀକ୍ଷାରେ ଫେଲ କରିବା ସହ ଭିଡିଓ ଭାଇରାଲ କରିଦେବାର ଧମକ ଦେଇଥିଲେ । କିଛି ଦିନ ପରେ ପୁନର୍ବାର ମହିଳା ଶିକ୍ଷୟିତ୍ରୀଙ୍କ ସ୍ୱାମୀ ଏବଂ ଅନ୍ୟମାନଙ୍କ ଦ୍ୱାରା ସେ ଗଣଦୁଷ୍କର୍ମ ଶିକାର ହୋଇଥିଲେ । ଏହି ମାମଲାରେ ପୀଡିତା ତାଙ୍କ ପିତାଙ୍କ ସହାୟତାରେ ପୋଲିସ ଷ୍ଟେସନରେ ମଧ୍ୟ ମାମଲା ଦାୟର କରିଛନ୍ତି ।


ପୋଲିସର ସୂଚନାନୁସାରେ, ଏହି ଝିଅ ବ୍ୟତୀତ ଅନ୍ୟ ତିନିଜଣ ଛାତ୍ରୀ ମଧ୍ୟ ଏହି ବିଦ୍ୟାଳୟର ଶିକ୍ଷକଙ୍କ ବିରୋଧରେ ଅସଦାଚରଣ ମାମଲା ଦାୟର କରିଛନ୍ତି । ସେଥିମଧ୍ୟରୁ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ହୋଇଥିବା ବେଳେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରୀ ଏବଂ ଅନ୍ୟ ଜଣକ ତୃତୀୟ ଶ୍ରେଣୀର ଛାତ୍ରୀ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ,ଗତ ବର୍ଷ ଉକ୍ତ ବିଦ୍ୟାଳୟର ଅନ୍ୟ ଜଣେ ଶିକ୍ଷକଙ୍କ ବିରୋଧରେ ସମାନ ମାମଲା ରୁଜୁ ହୋଇଥିଲା, ଯେଉଁଥିରେ ତାଙ୍କୁ ଗିରଫ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

one × 1 =