ଜଷ୍ଟିସ ଉଦୟ ଲଳିତ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି

0 92

ନୂଆଦିଲ୍ଲୀ: ଜଷ୍ଟିସ୍‌ ଉଦୟ ଉମେଶ ଲଳିତ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ୍‌ଭି ରମନ୍ନା ଜଷ୍ଟିସ ଲଳିତଙ୍କ ନାଁ ସୁପାରିଶ କରିଛନ୍ତି । ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟର ଏକ ସରକାରୀ ଚିଠି ପାଇବା ପରେ ବର୍ତ୍ତମାନର ପ୍ରଧାନ ବିଚାରପତି ତାଙ୍କ ନାମ ସୁପାରିଶ କରିଛନ୍ତି । ଜଷ୍ଟିସ ରମନ୍ନା ଗତବର୍ଷ ଏପ୍ରିଲ ୨୪ ତାରିଖରେ ଦେଶର ୪୮ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଜଷ୍ଟିସ ରମନ୍ନା ଆସନ୍ତା ୨୬ରେ ଅବସର ଗ୍ରହଣ କରିବେ । ଏହାପରେ ଜଷ୍ଟିସ ଲଳିତ ତାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ । ଜଷ୍ଟିସ୍‌ ଲଲିତ ଅଗଷ୍ଟ ୨୭ରେ ଦେଶର ୪୯ତମ ସିଜଆଇ ଭାବରେ ଶପଥ ଗ୍ରହଣ କରିବେ । ତାଙ୍କର କାର୍ଯ୍ୟକାଳ ରହିବ ୭୪ ଦିନ । ଜଷ୍ଟିସ ଲଳିତ ତିନ୍‌ ତଲାକ ଭଳି ପ୍ରଥା ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେବା ସହ ଅନେକ ଐତିହାସିକ ରାୟ ଦେଇ ଚର୍ଚ୍ଚାରେ ଥିଲେ । ସେ ଏଭଳି ଦ୍ୱିତୀୟ ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି ଯେ କି ସୁପ୍ରିମକୋର୍ଟ ବାରରୁ ସିଧାସଳଖ ପଦୋନ୍ନତି ପାଇ ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି । ଜଷ୍ଟିସ ଲଳିତଙ୍କୁ ୨୦୧୪ ଅଗଷ୍ଟ ୧୩ ତାରିଖରେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା । ସିଜେଇଆଇ ଭାବରେ ଜଷ୍ଟିସ୍‌ ଚନ୍ଦ୍ରଚୁଡ, ଜଷ୍ଟିସ୍‌ କୌଲ୍‌, ଜଷ୍ଟିସ୍‌ ନାଜିର ଏବଂ ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀଙ୍କୁ ନେଇ ଗଠିତ କଲେଜିୟମର ନେତୃତ୍ୱ ନେବେ ଜଷ୍ଟିସ୍‌ ଲଲିତ । ସେପ୍ଟେମ୍ବର ୨୩ରେ ଜଷ୍ଟିସ ବାନାର୍ଜୀଙ୍କ ଅବସର ନେବା ପରେ ଜଷ୍ଟିସ କେଏମ ଜୋସେଫ କଲେଜିୟମରେ ପ୍ରବେଶ କରିବେ । ଜଷ୍ଟିସ ଲଲିତ ନଭେମ୍ବର ୮ରେ ସିଜେଆଇ ପଦରୁ ଅବସର ନେବେ । ଏହା ପରେ ଜଷ୍ଟିସ ଚନ୍ଦ୍ରଚୂଡଙ୍କୁ ୫୦ତମ ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ କରାଯିବ । ଜଷ୍ଟିସ୍‌ ରାମନ୍ନା ଆଜି ତାଙ୍କ ଉତ୍ତରାଧିକାରୀ ଜଷ୍ଟିସ୍‌ ୟୁୟୁ ଲଲିତଙ୍କ ନାଁକୁ ପରବର୍ତ୍ତୀ ସିଜେଇଆଇ ଭାବରେ ସୁପାରିଶ ପାଇଁ ପଠାଇଛନ୍ତି । ଜଷ୍ଟିସ ଲଲିତ ଦେଶର ୪୯ମ ପ୍ରଧାନ ବିଚାରପତି ହେବେ । ସୁପ୍ରିମକୋର୍ଟର ପରମ୍ପରା ମୁତାବକ, ଅବସର ନେବାକୁ ଥିବା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଆଗାମୀ ପ୍ରଧାନ ବିଚାରପତିଙ୍କ ନାଁ ସୁପାରିଶ କରିଥା’ନ୍ତି ।

hiranchal ad1
Leave A Reply

Your email address will not be published.

19 + 19 =