ଜାଣନ୍ତୁ,ସିନ୍ଦେ ଗୋଷ୍ଠୀର ଆବେଦନ ଉପରେ କି ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

0 31

ନୂଆଦିଲ୍ଲୀ,୪/୮: ସିନ୍ଦେ ଗୋଷ୍ଠୀକୁ ଆଜି ଲାଗିଛି ବଡ ଝଟକା । ସୁପ୍ରିମକୋର୍ଟ ଗୁରୁବାର ନିର୍ବାଚନ ଆୟୋଗଙ୍କୁ ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ଆବେଦନ ଉପରେ କୌଣସି ନିଷ୍ପତ୍ତି ନନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଆବେଦନରେ ସିନ୍ଦେ ସେମାନେ ପ୍ରକୃତ ଶିବସେନା ଓ ତାଙ୍କୁ ନିର୍ବାଚନୀ ସଙ୍କେତ ମିଳୁ ଦାବି କରିଛନ୍ତି । ପ୍ରଧାନ ବିଚାରପତି ଏନଭି ରମନ୍ନା,ଜଷ୍ଟିସ୍‌ କୃଷ୍ଣା ମୁରାରୀ ଓ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ପୀଠ ଏହି ମାମଲାର ଶୁଣାଣି କରିଥିଲେ । ଖଣ୍ଡପୀଠ କହିଥିଲେ,ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ସମ୍ବନ୍ଧୀୟ ମାମଲାକୁ ସମ୍ବିଧାନିକ ପୀଠ ପାଖକୁ ପଠାଇବା ନେଇ ସୋମବାର ନିଷ୍ପତ୍ତି ନିଆଯିବ । ପାଞ୍ଚ ସଦସ୍ୟ ବିଶିଷ୍ଟ ପୀଠକୁ ମାମଲା ଯିବ ନା ନାହିଁ,ଏହା ଉପରେ ସେମାନେ ନିଷ୍ପତ୍ତି ନେବେ । ସୂଚନାଯୋଗ୍ୟ, କୋର୍ଟ ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ବାବଦୀୟ ମାମଲାର ଶୁଣାଣି କରୁଛନ୍ତି । ଉଭୟ ଶିବସେନା ଓ ସିନ୍ଦେଙ୍କ ଗୋଷ୍ଠୀ ମାମଲା ଦାଖଲ କରିଛନ୍ତି । ଏଥିରେ ରାଜନୈତିକ ଦଳ ବିଭାଜନ,ବିଜୟ,ଦଳ ବଦଳ, ଅଯୋଗ୍ୟ ଘୋଷଣା ସମେତ ସାମ୍ବିଧାନିକ ପ୍ରସଙ୍ଗ ସ୍ଥାନ ପାଇଛି । ବୁଧବାର ମଧ୍ୟ ଏମାମଲାର ଶୁଣାଣି ହୋଇଥିଲା । ରବିବାର ସୁପ୍ରିମକୋର୍ଟରେ ସିନ୍ଦେ ଗୋଷ୍ଠୀ ଏକ ମାମଲା ଦାଖଲ କରିଥିଲେ । ଯେଉଁଥିରେ ଉଦ୍ଧବ ଠାକରେଙ୍କ ପକ୍ଷରୁ ଦାଖଲ ସମସ୍ତ ଆବେଦନକୁ ଖାରଜ ପାଇଁ ଅନୁରୋଧ କରାଯାଇଥିଲା । ଏହାସହ ନିର୍ବାଚନ ଆୟୋଗଙ୍କୁ ଶୀଘ୍ର ଅସଲି ଶିବସେନା କିଏ, ସେନେଇ ନିଷ୍ପତ୍ତି ନେବାକୁ ଦିଆଯାଉ ବୋଲି ଆବେଦନରେ କୁହାଯାଇଥିଲା । ଗତମାସରେ ମହାରାଷ୍ଟ୍ରରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ସେ ଶିବସେନାରୁ ଅଲଗା ହୋଇ ବିଜେପି ସମର୍ଥନରେ ସରକାର ଗଠନ କରିଥିଲେ । ଏବେ ଯାଏଁ ରାଜ୍ୟରେ ମନ୍ତ୍ରିମଣ୍ଡଳ ବିସ୍ତାର ହୋଇନାହିଁ । ସିନ୍ଦେ ଓ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ପରସ୍ପର ଉପରେ ଲଗାତର ଆରୋପ ପ୍ରତ୍ୟାରୋପ ଲଗାଉଛନ୍ତି ।

hiranchal ad1
Leave A Reply

Your email address will not be published.

sixteen − five =