ଜି-୨୦ର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କଲେ ମୋଦି

0 67

ନୂଆଦିଲ୍ଲୀ: ଇଣ୍ଡୋନେସିଆର ବାଲିରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀର ପରବର୍ତ୍ତୀ ବୈଠକ ଭାରତରେ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ବିଧିବଦ୍ଧ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ମିଳନୀର ଉଦଯାପନୀ ମହୋତ୍ସବରେ ମୋଦି ଏହାକୁ ଗ୍ରହଣ କରିବା ସହ କହିଛନ୍ତି ଯେ ଭାରତ ଜି-୨୦ର ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରିଥିବାରୁ ଏହା ସମସ୍ତ ଦେଶବାସୀଙ୍କ ପାଇଁ ଗର୍ବର ବିଷୟ । ଆମେ ଜି-୨୦ ସମ୍ମିଳନୀ ଭାରତର ବିଭିନ୍ନ ରାଜ୍ୟ ଓ ସହରରେ ଆୟୋଜନ କରିବୁ । ଆମେ ସମସ୍ତେ ଏକାଠି ଜି-୨୦କୁ ବିଶ୍ୱ ପରିବର୍ତ୍ତନର ଗୋଟିଏ ପ୍ଲାଟଫର୍ମ ଭାବେ ଗଢି ତୋଳିବାକୁ ଚେଷ୍ଟା କରିବା ବୋଲି ମୋଦି କହିଛନ୍ତି । ଏହାପୂର୍ବରୁ ଜି-୨୦ ଶିଖର ସମ୍ମିଳନୀ ପାଇଁ ମୋଦି ଭାରତରେ ଏହାର ଲୋଗ ଓ ୱେବସାଇଟ ଲଞ୍ଚ କରିଥିଲେ । ଭାରତ ବର୍ଷକ ପାଇଁ ଜି-୨୦ର ଅଧ୍ୟକ୍ଷ ପଦରେ ରହିବ । ଏହି ଅବଧି ୨୦୨୨ ଡିସେମ୍ବର ୧ରୁ ଆରମ୍ଭ ହେବ । ଏହାପୂର୍ବରୁ ଆସନ୍ତା ଜି-୨୦ ଶିଖର ସମ୍ମିଳନୀର ଥିମ ‘ବିକାଶ ପାଇଁ ତଥ୍ୟ’ ରହିବ ବୋଲି ମୋଦି ସମସ୍ତଙ୍କୁ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

twenty − fourteen =