ଶ୍ରୀନଗର: ଆତଙ୍କବାଦୀମାନେ ଶନିବାର ଦିନ ଜମ୍ମୁକଶ୍ମୀରର ପୁଲୱାମା ଜିଲ୍ଲାର ଖାରପୋରା ରତ୍ନିପୋରାରେ ଦୁଇଜଣ ଶ୍ରମିକଙ୍କୁ ଗୁଳି ମାରିଥିଲେ । ଉଭୟ ଶ୍ରମିକ ବିହାର ବେତିୟା ଅଞ୍ଚଳର ହୋଇଥିବାବେଳେ ଆହତ ଅବସ୍ଥାରେ ଉଭୟକୁ ଡାକ୍ତରଖାନା ନିଆଯାଇଥିଲା । ଯେଉଁଠାରେ ତାଙ୍କ ଅବସ୍ଥା ସ୍ଥିର ରହିଛି । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ କେତେ ଦିନ ଯାଏଁ ଆତଙ୍କବାଦୀ ଏଭଳି ଟାର୍ଗେଟ କିଲିଂ କରୁଥିବେ । ମିଳିଥିବା ତଥ୍ୟ ମୁତାବକ, ଚଳିତ ବର୍ଷ ଜାନୁଆରୀରୁ ଅଗଷ୍ଟ ପର୍ଯ୍ୟନ୍ତ ଆତଙ୍କବାଦୀମାନେ ୨୭ ଜଣଙ୍କୁ ହତ୍ୟା କରିଛନ୍ତି । ମୃତକଙ୍କ ମଧ୍ୟରେ କାଶ୍ମୀରୀ ପଣ୍ଡିତ, ସୁରକ୍ଷାକର୍ମୀ ଏବଂ ପ୍ରବାସୀ ଶ୍ରମିକ ଥିଲେ । ନିକଟରେ କାଶ୍ମୀରୀ ପଣ୍ଡିତମାନେ ମଧ୍ୟ ଉପତ୍ୟକାରେ ଟାର୍ଗେଟ କିଲିଂ ବିରୋଧରେ ପ୍ରଦର୍ଶନ କରିଥିଲେ ।
ଚଳିତ ବର୍ଷ ୨୬ ଜୁଲାଇରେ ଭାରତ ସରକାର ସଂସଦରେ ସୂଚନା ଦେଇ କହିଥିଲେ ଯେ ଜାନୁୟାରୀ ୨୦୧୭ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଜମ୍ମୁକଶ୍ମୀରରେ ୨୮ ଜଣ ପ୍ରବାସୀ ଶ୍ରମିକଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି । ଏମାନଙ୍କ ମଧ୍ୟରୁ ୭ଜଣ ବିହାରର,ଦୁଇଜଣ ମହାରାଷ୍ଟ୍ର ଏବଂ ଜଣେ ଝାଡଖଣ୍ଡର ଥିଲେ । ସେତେବେଳେ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଥିଲେ ଯେ ଟାର୍ଗେଟ କିଲିଂ ଘଟଣାରେ ସଂଖ୍ୟାଲଘୁ ତଥା ପ୍ରବାସୀ ଶ୍ରମିକଙ୍କ ଉପରେ ହୋଇଥିବା କେତେକ ଆକ୍ରମଣ ସୀମା ଆରପାରିରୁ ପ୍ରାୟୋଜିତ ହୋଇଥିଲା । ଉଲ୍ଲେଖ ଥାଉ କି ଆତଙ୍କବାଦୀମାନେ ଗତ କିଛି ଦିନ ମଧ୍ୟରେ କଶ୍ମୀରର ଅଣ-କଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରି ଅନେକ ଆକ୍ରମଣ କରିଛନ୍ତି । ଅଗଷ୍ଟ ୧୬ରେ, ଶୋପିୟାନର ଏକ ସେଓ ବଗିଚାରେ କାମ କରୁଥିବା ଦୁଇ କଶ୍ମୀରୀ ପଣ୍ଡିତ ଭାଇଙ୍କୁ ଆତଙ୍କବାଦୀ ଟାର୍ଗେଟ କରିଥିଲେ । ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ୧୧ ଅଗଷ୍ଟ ରାତିରେ ବିହାରର ଜଣେ ଶ୍ରମିକଙ୍କୁ ବାନ୍ଦିପୋରାରେ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ । ଜୁନ୍ ୨ ରେ କୁଲଗାମରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଆକ୍ରମଣ କରାଯାଇଥିଲା । ମେ ୩୧ରେ କୁଲଗାମରେ କଶ୍ମୀରୀ ହିନ୍ଦୁ ମହିଳା ଶିକ୍ଷୟତ୍ରୀ ରଜନୀବାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ମେ ୧୨ ରେ ରାଜସ୍ୱ ବିଭାଗରେ କାର୍ଯ୍ୟ କରୁଥିବା ରାହୁଲ ଭଟ୍ଟଙ୍କୁ ଆତଙ୍କବାଦୀମାନେ ତାଙ୍କ କାର୍ଯ୍ୟାଳୟରେ ପଶି ହତ୍ୟା କରିଥିଲେ । ସେହିପରି ମେ ମାସରେ ବଡଗାମ ଜିଲ୍ଲାରେ ଟିଭି ଅଭିନେତ୍ରୀ ଅମ୍ରିନ୍ ବଟଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.