ତାଇୱାନ ଏୟାର ଡିଫେନ୍ସ ଜୋନରେ ଚାଇନାର ୨୭ ଯୁଦ୍ଧ ବିମାନ

0 87

ବେଜିଂ: ତାଇୱାନକୁ ନେଇ ଆମେରିକା ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଘନୀଭୂତ ହେବାରେ ଲାଗିଛି । ଆମେରିକା ସିନେଟର ବାଚସ୍ପତି ନାନ୍ସି ପେଲୋସି ଏବେ ତାଇୱାନରୁ ଯିବା ପରେ ବେଜିଂ ତା’ର ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଛି । ଏଥିପାଇଁ ଆଜି ତାଇୱାନର ଏୟାର ଡିଫେନ୍ସ ଜୋନରେ ଉଡାଣ କରିଛି ଚାଇନାର ୨୭ଟି ଯୁଦ୍ଧ ବିମାନ । ଗତକାଲି ନାନ୍ସି ତାଇପେଇରେ ପହଞ୍ଚିବା ପୂର୍ବରୁ ଚାଇନା ସୀମାନ୍ତ ଅଞ୍ଚଳରେ ୨୧ଟି ଯୁଦ୍ଧ ବିମାନ ଉଡାଇଥିଲା । ଏବେ ଏହି ସଂଖ୍ୟା ବୃଦ୍ଧି କରିଥିବା ତାଇୱାନ ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ବିଭାଗ କହିଛି ଯେ ପିଏଲଏର ୨୭ଟି ଯୁଦ୍ଧ ବିମାନ ରିପବ୍ଲିକ ଅଫ ଚାଇନାର ଚାରିପାଖରେ ଥିବା ଅଞ୍ଚଳଗୁଡିକରେ ପ୍ରବେଶ କରିଛି । ଚାଇନା ପକ୍ଷରୁ ୬ଟି ଜେ-୧୧ ଯୁଦ୍ଧ ବିମାନ, ୫ଟି ଜେ-୧୬ ଯୁଦ୍ଧ ବିମାନ ଓ ୧୬ଟି ଏସ୍‌ୟୁ-୩୦ ଯୁଦ୍ଧ ବିମାନକୁ ଏକକାଳୀନ ଉଡାଣ କରାଯାଇଥିଲା । ଏଗୁଡିକ ତାଇୱାନ ଏୟାର ଡିଫେନ୍ସ ଜୋନରେ ପଶି ଦୀର୍ଘ ସମୟ ଧରି ଚକ୍କର ମାରିଥିଲେ । ତେବେ ଏହାର ମୁକାବିଲା ପାଇଁ ତାଇୱାନ ମଧ୍ୟ ତା’ର ନିଜସ୍ୱ ଯୁଦ୍ଧ ବିମାନକୁ ବେସ୍‌ରୁ ଉଡାଣ କରିଛି । ସେହିପରି ଏୟାର ଡିଫେନ୍ସ ମିସାଇଲକୁ ମଧ୍ୟ ମୁତୟନ କରିଥିବା ତାଇପେଇ ପକ୍ଷରୁ କୁହାଯାଇଛି । ତାଇୱାନ ସେନା ଚାଇନାର ସବୁ ଆକ୍ରମଣ କରିବାକୁ ପ୍ରସ୍ତୁତ ବୋଲି ତାଇପେଇ କହିଛି ।

hiranchal ad1
Leave A Reply

Your email address will not be published.

20 − 15 =