ତିନି ହଜାର ମୁହାଁ କରୋନା ସଂକ୍ରମଣ

0 41

ନୂଆଦିଲ୍ଲୀ: କ୍ରମାଗତ ୫ ଦିନ ଧରି ଦେଶରେ ଦୈନିକ କରୋନା୍‌ ସଂକ୍ରମଣ ସଂଖ୍ୟା ଅଢେଇ ହଜାରରୁ ଅଧିକ ରହିଆସୁଛି । ମୃତ୍ୟୁସଂଖ୍ୟା ମଧ୍ୟ ସାମାନ୍ୟ ବୃଦ୍ଧି ପାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୫୯୩ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୪୪ମୃତ୍ୟୁ ରେକର୍ଡ କରାଯାଇଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୨,୫୯୩ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୫୭,୫୪୫ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ହୋଇଥିବା ୪୪ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ଜନିତ ମୃତ୍ୟୁସଂଖ୍ୟା ୫,୨୨,୧୯୩ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ କୋଭିଡ୍‌ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୭୫୫ଜଣ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୨୫,୧୯,୪୭୯ । ଏହାଛଡା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୫୮୭୩ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୮୭,୬୭,୨୦,୩୧୮ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ‘ଆଇସିଏମ୍‌ଆର୍‌’ ରିପୋର୍ଟ ଅନୁସାରେ, କୋଭିଡ୍‌ ନିଦାନ ଲାଗି ଗତକାଲି ସୁଦ୍ଧା ସମୁଦାୟ ୮୩,୪୭,୧୭,୭୦୨ଟି ନମୁନା ପରୀକ୍ଷା କରାଯାଇଛି । ଗତକାଲି ପରୀକ୍ଷା କରାଯାଇଛି ୪,୩୬,୫୩୨ଟି ନମୁନା ।

hiranchal ad1
Leave A Reply

Your email address will not be published.

twelve − 8 =