ଦିଲ୍ଲୀରେ କଂଗ୍ରେସର ‘ହଲ୍ଲା ବୋଲ୍‌’:
ମୁଁ ଇଡିକୁ ଭୟ କରେ ନାହିଁ : ରାହୁଲ

0 62

ନୂଆଦିଲ୍ଲୀ: ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ଦିଲ୍ଲୀରେ ଗର୍ଜିଛି କଂଗ୍ରେସ । ଆଜି ଏଠାରେ ଆୟୋଜିତ ହଲ୍ଲା ବୋଲ ରାଲିରେ କେନ୍ଦ୍ର ସରକାର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧି । ରାହୁଲ କହିଛନ୍ତି ଯେ ମୋଦୀ ଦେଶରେ ଘୃଣାଭାବ ଖେଳାଉଛନ୍ତି । ଏହା ଆମ ଦେଶର ଶତ୍ରୁମାନଙ୍କୁ ସୁହାଉଛି । ବିଜେପି ଏବଂ ଆରଏସଏସ ମିଳିତ ଭାବେ ଦେଶରେ ଭୟ ଏବଂ ଘୃଣାର ବାତାବରଣ ସୃଷ୍ଟି କରୁଛନ୍ତି । ଯିଏ ମୋଦୀଙ୍କ ବିରୋଧରେ କଥା ହୁଅନ୍ତି,ତାଙ୍କୁ ୫୫ ଘଣ୍ଟା ପାଇଁ ଇଡି ଅଫିସରେ ବସିବାକୁ ପଡିବ । କିନ୍ତୁ ମୁଁ ପ୍ରଧାନମନ୍ତ୍ରୀଙ୍କୁ କହିଦେବାକୁ ଚାହେଁ ଯେ ମୁଁ ଇଡିକୁ ଭୟ କରେ ନାହିଁ । ଭାରତ ଯୋଡ ବିଷୟରେ ଉଲ୍ଲେଖ କରି ରାହୁଲ କହିଛନ୍ତି ଯେ ‘ଭାରତ ଯୋଡ ଯାତ୍ରା’ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଆମେ ସିଧାସଳଖ ଲୋକଙ୍କୁ ଭେଟି ସେମାନଙ୍କୁ ସତ କହିଥାଉ । ଆଜିକାଲି ବିରୋଧୀଙ୍କ ପକ୍ଷେ ସ୍ୱର ଉତ୍ତୋଳନ କରିବା କଷ୍ଟକର ହୋଇପଡିଛି । ମୋଦୀ ସରକାର ଆମକୁ ସଂସଦରେ କଥା ହେବାକୁ ଦିଅନ୍ତି ନାହିଁ । ମୁଦ୍ରାସ୍ଫୀତି ଏବଂ ବେକାରୀ ବୃଦ୍ଧି ପାଉଛି । ଏହା ଦେଶକୁ ଦୁର୍ବଳ କରୁଛି । ଦେଶରେ କେବଳ ଦୁଇଜଣ ଶିଳ୍ପପତି ଲାଭ କରୁଛନ୍ତି ଏବଂ ବିଜେପି କେବଳ ସେମାନଙ୍କ ପାଇଁ କାମ କରୁଛି । କୃଷି ଆଇନ ଉପରେ ରାହୁଲ କହିଛନ୍ତି ଯେ ଶିଳ୍ପପତିମାନଙ୍କ ପାଇଁ ଏହି ତିନୋଟି ନିୟମ ଅଣାଯାଇଛି । କୃଷକଙ୍କ ଶକ୍ତି ଏହି ନିୟମ ପ୍ରତ୍ୟାହାର କରିବାକୁ ବାଧ୍ୟ କଲା । ସାଧାରଣ ନାଗରିକମାନେ ଭାରତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଦେଶ ଯନ୍ତ୍ରଣା ଭୋଗୁଛି । ୭୦ ବର୍ଷ ମଧ୍ୟରେ କଂଗ୍ରେସ ଏପରି ମୁଦ୍ରାସ୍ଫୀତି କେବେ ଦେଖାଇ ନାହିଁ । କେବଳ କଂଗ୍ରେସ ହିଁ ଦେଶକୁ ରକ୍ଷା କରିପାରିବ ସେ କହିଛନ୍ତି । ଏହି ରାଲି ବରିଷ୍ଠ କଂଗ୍ରେସ ନେତା ସମେତ ଦଳର ସାଧାରଣ ସମ୍ପାଦକମାଡେ଼ ପ୍ରଥମେ ଏଆଇସିସି ମୁଖ୍ୟ କାର୍ଯ୍ୟାଳୟରେ ଏକାଠି ହୋଇଥିଲେ । ଏହାପରେ ସେଠାରୁ ସମସ୍ତେ ବସ୍‌ରେ ବସି ରାମଲୀଳ ମୈଦାନ ଅଭିମୁଖେ ବାହାରିଥିଲେ । କଂଗ୍ରେସର ରାଲିକୁ ଦେଖି ଦିଲ୍ଲୀ ରାମ ଲୀଳ ମୈଦାନ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଦିଲ୍ଲୀ ପୁଲିସ ପକ୍ଷରୁ ଏକ ଟ୍ରାଫିକ୍‌ ଆଡ୍‌ଭାଇଜରୀ ମଧ୍ୟ ଜାରି କରାଯାଇଛି । ଦରଦାମ ବୃଦ୍ଧି ପ୍ରତିବାଦ କେବଳ ଏହି ରାଲିରେ ସୀମିତ ରହିବ ନାହିଁ । ବରଂ ଆଗାମୀ ୭ ତାରିଖରୁ କଂଗ୍ରେସ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିବ । କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ଏହି ଯାତ୍ରା ଜାରି ରହିବ ବୋଲି ଦଳର ନେତା କେସି ବେଣୁଗୋପାଳ କହିଛନ୍ତି । ଦରଦାମ ବୃଦ୍ଧି ରୋକିବାକୁ ମୋଦି ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । ସେ କେବଳ ଅନ୍ୟ ଦଳର ବିଧାୟକଙ୍କୁ କିଣିବାରେ ବ୍ୟସ୍ତ ବୋଲି କଂଗ୍ରେସ ଅଭିଯୋଗ କରିଛି । ଏହା ପୂର୍ବରୁ ମଧ୍ୟ କଂଗ୍ରେସ ଦରଦାମ ଓ ଜିଏସ୍‌ଟି ବୃଦ୍ଧିକୁ ନେଇ ଅଗଷ୍ଟ ୫ ତାରିଖରେ ବଡ଼ ଧରଣର ରାଲି କରିଥିଲା ।

hiranchal ad1
Leave A Reply

Your email address will not be published.

thirteen + four =