ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ ରେଡ୍‌

0 308

ନୂଆଦିଲ୍ଲୀ: ବିଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ର ଓ ଦିଲ୍ଲୀ ସରକାର ମଧ୍ୟରେ ତିକ୍ତତା ଲାଗି ରହିଥିବା ବେଳେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଘରେ ଆଜି ହୋଇଛି ସିବିଆଇ ରେଡ୍‌ । ଆଜି ସକାଳୁ ସକାଳୁ ତାଙ୍କ ବାସଭବନ ଏବଂ ଦିଲ୍ଲୀ ଓ ସଂଲଗ୍ନ ଅଞ୍ଚଳ ଅନ୍ତର୍ଗତ ୨୦ଟି ସ୍ଥାନରେ ଜୋରଦାର ତଲାସୀ ହୋଇଛି । ‘ଦିଲ୍ଲୀ ଅବକାରୀ ନୀତି’ରେ ଅନିୟମିତା ଅଭିଯୋଗ ସଂକ୍ରାନ୍ତରେ ଚାଲିଥିବା ତଦନ୍ତ ପରିପ୍ରେକ୍ଷୀରେ ସିବିଆଇ ଚଢାଉ କରିଛି । ଏହି ଚଢାଉ ପରେ ଟୁଇଟ୍‌ କରି ମନୀଷ ଲେଖିଛନ୍ତି, ‘ସିବିଆଇ’ ଆସିଛି । ଆମେ ସତ୍ୟନିଷ୍ଠ, ଲକ୍ଷ ଲକ୍ଷ ପିଲାଙ୍କର ଭବିଷ୍ୟତ ଗଠନ କରୁଛୁ । ଦୁଃଖର ବିଷୟ, ଏ ଦେଶରେ ଯେଉଁମାନେ ଭଲ କାମ କରନ୍ତ.ସେମାନଙ୍କୁ ଏମିତି ହଇରାଣ କରାଯାଏ । ସେହି କାରଣରୁ ଆମ ଦେଶ ଏଯାବତ୍‌ ନମ୍ବର ୧ ହୋଇ ପାରିନାହିଁ । ଆମେ ‘ସିବିଆଇ’କୁ ସ୍ୱାଗତ କରୁଛୁ । ତଦନ୍ତରେ ଆମେ ‘ସିବିଆଇ’କୁ ପୂର୍ଣ୍ଣ ସହଯୋଗ କଲେ ପ୍ରକୃତ କଥା ଜଣାପଡିଯିବ । ଏପର୍ଯ୍ୟନ୍ତ ମୋ ନାଁରେ ଅନେକ ମାମଲା ରୁଜୁ ହୋଇଛି, ଅଥଚ କିଛି ଲାଭ ହୋଇନାହିଁ । ଆଜି ମଧ୍ୟ ସେମାନେ ମୋ ବିରୋଧରେ କୌଣସି ଆପତ୍ତିଜନକ ସାମଗ୍ରୀ ପାଇବେ ନାହିଁ । ଦେଶରେ ଉତ୍ତମ ଶିକ୍ଷା କ୍ଷେତ୍ରରେ ମୋ କାର୍ଯ୍ୟକୁ ସେମାନେ ବାଧା ଦେଇପାରିବେ ନାହିଁ । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି, ‘ସିବିଆଇ’କୁ ସ୍ୱାଗତ । ଆମେ ପୂର୍ଣ୍ଣସହଯୋଗ କରିବୁ । ପୂର୍ବରୁ ମଧ୍ୟ ଖାନତଲାସ୍‌/ଚଢାଉ କରାଯାଇଛି,କିନ୍ତୁ କିଛି ମିଳିନାହିଁ । ଏଥର ବି କିଛି ମିଳିବ ନାହିଁ ।

hiranchal ad1
Leave A Reply

Your email address will not be published.

15 − four =