ଦେଶରେ ୨୧ଟି ନକଲି ବିଶ୍ୱବିଦ୍ୟାଳୟ ଚିହ୍ନଟ :
ଓଡ଼ିଶାରୁ ୨ଟି,ଛାତ୍ରଛାତ୍ରୀଙ୍କୁ ସତର୍କ କରାଇଲେ ୟୁଜିିସି

0 148

ନୂଆଦିଲ୍ଲୀ: ଦେଶରେ ୨୧ଟି ନକଲି ବିଶ୍ୱବିଦ୍ୟାଳୟ ଚିହ୍ନଟ କରାଯାଇଛି । ଏହି ତାଲିକା ଜାରି କରିଛି ୟୁନିଭର୍ସିଟି ଗ୍ରାଣ୍ଟ କମିସନ(ୟୁଜିସି) । ୟୁଜିସି ସଚିବ ପ୍ରଫେସର ରଜନୀଶ ଜୈନ ଆଜି ଏହି ସୂଚନା ଦେଇଛନ୍ତି । ଓଡ଼ିଶାରେ ୨ଟି ନକଲି ବିଶ୍ୱବିଦ୍ୟାଳୟ ଚାଲୁଛି । ନକଲି ବିଶ୍ୱବିଦ୍ୟାଳୟ ତାଲିକାରେ ରାଉରକେଲାର ନବଭାରତ ଶିକ୍ଷା ପରିଷଦ ଓ ମୟୂରଭଞ୍ଜର ଉତ୍ତର ଓଡ଼ିଶା କୃଷି ଓ ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟ ଅଛି । ଦିଲ୍ଲୀରେ ସର୍ବାଧିକ ୮ଟି ନକଲି ବିଶ୍ୱବିଦ୍ୟାଳୟ ଚାଲୁଥିବା ବେଳେ କର୍ଣ୍ଣାଟକ,କେରଳ,ମହାରାଷ୍ଟ୍ର,ପୁଡୁଚେରୀ ଓ ଆନ୍ଧ୍ରରେ ଗୋଟିଏ ଲେଖାଏଁ ନକଲି ବିଶ୍ୱବିଦ୍ୟାଳୟ ଚାଲିଛି । ପଶ୍ଚିମବଙ୍ଗରେ ୨ଟି ଓ ୟୁପିରେ ୪ଟି ନକଲି ବିଶ୍ୱବିଦ୍ୟାଳୟ ଚିହ୍ନଟ ହୋଇଛି । ତାଲିକାଭୁକ୍ତ ନକଲି ବିଶ୍ୱବିଦ୍ୟାଳୟ କୌଣସି ଡିଗ୍ରୀ ପ୍ରଦାନ କରିପାରିବେ ନାହିଁ । ଛାତ୍ରଛାତ୍ରୀ ଆଡମିଶନ କଲେ ୟୁଜିସି ଦାୟୀ ରହିବ ନାହିଁ ବୋଲି ଜଣାଇ ଦେଇଛି ।
ଏହାଛଡା,ଏପରି କିଛି ସଂସ୍ଥା ଅଛନ୍ତି ଯେଉଁମାନେ ୟୁଜିସିଙ୍କ ନିୟମ ଓ ମାର୍ଗଦର୍ଶନ ପାଳନ କରୁନଥିବାରୁ ବିଶ୍ୱବିଦ୍ୟାଳୟଙ୍କ ତାଲିକାରୁ ବାଦ ପଡିଛନ୍ତି । ଏପରି ୟୁନିଭର୍ସିଟିଙ୍କ ରାଜ୍ୟୱାରୀ ସୂଚନା ୟୁଜିସିଙ୍କ ଅଧିକାରୀକ ୱେବ ସାଇଟ୍‌ ୟୁଜିସି ଡଟ୍‌ ଏସି ଡଟ୍‌ ଆଇଏନରେ ଉପଲବ୍ଧ କରାଯାଇଛି । ୟୁଜିସିଙ୍କ ପ୍ରକାଶିତ ତାଲିକା ଅନୁସାରେ, ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ସବୁଠୁ ଅଧିକ ନକଲି ୟୁନିଭର୍ସିଟି ଅଛନ୍ତି । ଦେଶର ୨୧ଟି ନକଲି ବିଶ୍ୱବିଦ୍ୟାଳୟଙ୍କ ମଧ୍ୟରୁ ୮ଟି କେବଳ ଦିଲ୍ଲୀରୁ ସଞ୍ଚାଳିତ ହେଉଛନ୍ତି । ଏହା ପଛକୁ ଦ୍ୱିତୀୟ ନମ୍ବରରେ ରହିଛି ଉତ୍ତରପ୍ରଦେଶ । ରାଜ୍ୟରେ ୪ଟି ନକଲୀ ୟୁନିଭର୍ସିଟି କାର୍ଯ୍ୟ କରୁଛନ୍ତି । ସେହିପରି ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ଦୁଇଟି ଲେଖାଏଁ ବିଶ୍ୱବିଦ୍ୟାଳୟ ନକଲି ବୋଲି ଜଣାପଡିଛନ୍ତି । ୟୁଜିସିଙ୍କ ଦ୍ୱାରା ନକଲି ଜଣାପଡିଥିବା ବିଶ୍ୱବିଦ୍ୟାଳୟଙ୍କ ତାଲିକାରେ କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ପୁଡୁଚେରୀ ଓ ଆନ୍ଧ୍ରପ୍ରଦେଶର ଗୋଟିଏ ଲେଖାଏଁ ୟୁନିଭର୍ସିଟି ଅଛନ୍ତି । ଏହି ସବୁ ୟୁନିଭର୍ସିଟିରେ ମେଡିକାଲ, ଇଞ୍ଜିନିୟରିଂ, ଏଗ୍ରିକଲଚର ଓ ଭୋକେସନାଲ କୋର୍ସ ଦେଉଥିବା ୟୁନିଭର୍ସିଟିମାନେ ମଧ୍ୟ ଅଛନ୍ତି । ଏ ବାବଦରେ ୟୁଜିସି ଜାରି କରିଥିବା ଅଧିକାରୀକ ଡକ୍ୟୁମେଣ୍ଟରେ କୁହାଯାଇଛି ଯେ ଛାତ୍ର ଓ ଅଭିଭାବକଙ୍କୁ ସୂଚନା ଦିଆଯାଉଛି ଯେ ବର୍ତ୍ତମାନ ୨୧ଟି ଅଣ ମାନ୍ୟତା ପ୍ରାପ୍ତ ଇନିଷ୍ଟିଚ୍ୟୁସନ ୟୁଜିସି ଆକ୍ଟର ଉଲ୍ଲଂଘନ କରୁଥିବାର ଧରାପଡିଛନ୍ତି । ଏଣୁ ଏହି ସବୁ ୟୁନିଭର୍ସିଟିକୁ ଫେକ୍‌ ୟୁନିଭର୍ସିଟି ଘୋଷଣା କରାଯାଉଛି । ଏପରି ୟୁନିଭର୍ସିଟିଙ୍କ ଡିଗ୍ରି ଦେବାର କୌଣସି ଶକ୍ତି ନାହିଁ ବୋଲି ୟୁଜିସି ସ୍ପଷ୍ଟ କରିଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

14 − 7 =