ନୂଆଦିଲ୍ଲୀ : ରାଷ୍ଟ୍ରପତି ପଦ ଲାଗି ଗତକାଲି ଭୋଟିଂ ଶେଷ ହୋଇଥିବା ବେଳେ ଏବେ ଉପରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆଗେଇ ଚାଲିଛି । ଏହି ପଦ ପାଇଁ ଆଜି ନାମାଙ୍କନ ଭରିଛନ୍ତି ୟୁପିଏ ପ୍ରାର୍ଥୀ ମାର୍ଗାରେଟ ଆଲଭା । ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖର୍ଗେ, ଏନସିପି ମୁଖ୍ୟ ଶରଦ ପାୱାର ଏବଂ ଅନ୍ୟ ବିରୋଧୀଦଳ ନେତା ଉପସ୍ଥିତ ଥିଲେ । ମାର୍ଗାରେଟ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ ନାମାଙ୍କନ ଭରିଥିଲେ । କଂଗ୍ରେସର ବରିଷ୍ଠ ନେତ୍ରୀ ମାର୍ଗାରେଟ ପୂର୍ବରୁ ଗୋଆ, ଗୁଜୁରାଟ, ଏବଂ ଉତ୍ତରାଖଣ୍ଡ ରାଜ୍ୟପାଳ ଥିଲେ । ତାଙ୍କୁ କଂଗ୍ରେସ, ତୃଣମୂଳ କଂଗ୍ରେସ,ବାମଦଳ,ଆରଜେଡି,ସମାଜବାଦୀ ପାର୍ଟି,ଏନସିପି ସମେତ ସମସ୍ତ ପ୍ରମୁଖ ବିରୋଧୀ ଦଳର ନେତା ଏକାଠି ହୋଇ ପ୍ରାର୍ଥୀ କରିଛନ୍ତିି । ବର୍ତ୍ତମାନ ଉପ ରାଷ୍ଟ୍ରପତି ଥିବା ଏମ୍ ଭେଙ୍କୟାନାଇଡୁଙ୍କ କାର୍ଯ୍ୟକାଳ ଆସନ୍ତା ଅଗଷ୍ଟ ୧୦ରେ ଶେଷ ହେଉଛି । ଏହା ପୂର୍ବରୁ ଅଗଷ୍ଟ ୬ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ ।