ନିଜ ନୂଆ ଦଳର ନାଁ “ହିନ୍ଦୁସ୍ତାନୀ’ରଖିଲେ ଆଜାଦ

0 61

ଶ୍ରୀନଗର : ପ୍ରତୀକ୍ଷା ଓ ଦ୍ୱନ୍ଦ୍ୱର ଅବସାନ ଘଟିଛି । ଶେଷରେ ନିଜର ରାଜନୈତିକ ଦଳ ଘୋଷଣା କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୁରୁଖା ରାଜନେତା ଗୁଲାମନବୀ ଆଜାଦ । କଂଗ୍ରେସରୁ ଇସ୍ତଫା ଦେବା ପରେ ପ୍ରଥମକରି ଜମ୍ମୁରେ ବିରାଟ ରାଲି କରି ସେ ନିଜ ନୂଆ ଦଳର ନାଁ ଘୋଷଣା କରିଛନ୍ତି । ଏହି ନୂଆ ଦଳର ନାଁ ‘ହିନ୍ଦୁସ୍ତାନୀ’ । ଏହି ଦଳକୁ ସର୍ବ ଧର୍ମ ହିନ୍ଦୁ, ମୁସଲିମ,ଶିଖ ଓ ଖ୍ରୀଷ୍ଟିଆନ ସମସ୍ତେ ବୁଝି ପାରିବେ ବୋଲି ସେ କହିଛନ୍ତି । ସେ କହିଛନ୍ତି, ‘ଜମ୍ମୁ କଶ୍ମୀରର ଲୋକମାନେ ଯାହା ନିଷ୍ପତ୍ତି ନେବେ, ତାହା ମୋ ଦଳର ନାମ ଏବଂ ପତାକା ହେବ । ମୁଁ ବର୍ତ୍ତମାନ ଦିଲ୍ଲୀରେ ବସି ଆପଣମାନଙ୍କ ପାଇଁ କୌଣସି ଆଦେଶ ଦେବି ନାହିଁ । ମୋ ପାଖକୁ ଅନେକ ନାମ ଆସିଥିଲା । କେତେକରେ ଉର୍ଦ୍ଦୁ ଅଧିକ ଥିଲା ତ ଆଉ କେତେକରେ ସଂସ୍କୃତ ଅଧିକ ଥିଲା । ତେଣୁ ସର୍ବଧର୍ମକୁ ବୁଝାଇଲା ଭଳି ମୋ ନା ‘ହିନ୍ଦୁସ୍ତାନୀ’ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।’ ଦଳର ଏଜେଣ୍ଡା ବିଷୟରେ ଆଜାଦ କହିଛନ୍ତି ଯେ ମୋର ବିଧାନସଭାରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ନୁହେଁ ବରଂ ଜଣେ ଗଭର୍ଣ୍ଣର ରହିବେ । ମୋର ପ୍ରଥମ କାର୍ଯ୍ୟ ହେଉଛି ଜମି,ବାସସ୍ଥାନ ଏବଂ ଚାକିରୀ ପାଇଁ ସମ୍ପୂର୍ଣ୍ଣ ରାଜ୍ୟ ଅଧିକାରର ପୁନରୁଦ୍ଧାର । ଜମ୍ମୁ କଶ୍ମୀରରେ କେବଳ ଯୁବପିଢିଙ୍କୁ ହିଁ ନିଯୁକ୍ତି ମିଳୁ । ବାହାରୁ ଆସି କେହି ଜାମ୍ମୁ କାଶ୍ମୀରରେ ଚାକିରି ପାଇବା ଉଚିତ୍‌ ନୁହେଁ । କଶ୍ମୀର ଉପତ୍ୟକାରେ କଶ୍ମୀର ପଣ୍ଡିତମାନଙ୍କୁ ପୁନଃସ୍ଥାପିତ କରିବା ମଧ୍ୟ ମୋର ଏଜେଣ୍ଡାରେ ସାମିଲ ଅଛି । ନିକଟରେ କଶ୍ମୀରରେ କଶ୍ମୀର ପଣ୍ଡିତଙ୍କୁ ଯେଉଁଭଳି ଭାବେ ଟାର୍ଗେଟ୍‌ କିଲିଂ କରାଯାଉଛି ତାହା ବନ୍ଦ ହେବା ଉଚିତ । ନୂଆ ରୋଜଗାରର ସୁଯୋଗ ସୃଷ୍ଟି କରିବା ଦରକାର । ଜମ୍ମୁକଶ୍ମୀରରେ ଅନେକ ପର୍ଯ୍ୟଟନ ସ୍ଥଳ ରହିଛି, କିନ୍ତୁ ସେଠାକୁ ଯିବା ପାଇଁ ରାସ୍ତା ନିର୍ମାଣର ଆବଶ୍ୟକତା ଅଛି ବୋଲି ଗୁଲାମ ନବୀ ଆଜାଦ କହିଛନ୍ତି । ଆଜାଦ ଅଗଷ୍ଟ ୨୬ରେ କଂଗ୍ରେସଠାରୁ ସମସ୍ତ ସମ୍ପର୍କ ତୁଟାଇ ଇସ୍ତଫା ଦେଇଥିଲେ । ଏଥିସହ କଂଗ୍ରେସ ଦଳର ଅବନତି ପାଇଁ ସେ ରାହୁଲ ଗାନ୍ଧିଙ୍କୁ ଦାୟୀ କରିଥିଲେ ।

hiring
hiranchal ad1
Leave A Reply

Your email address will not be published.

17 − 15 =