ନିଟ୍‌ରେ ଦୁର୍ନୀତି: ୨୦ ଲକ୍ଷରେ ବିକ୍ରି ହେଉଛି ସିଟ୍‌!

0 108

ନୂଆଦିଲ୍ଲୀ: ମେଡିକାଲ କଲେଜରେ ନାଁ ଲେଖାଇବା ପାଇଁ ହେଉଥିବା ପ୍ରବେଶିକା ପରୀକ୍ଷା ନିଟ୍‌ରେ ହୋଇଛି ବ୍ୟାପକ ଦୁର୍ନୀତି । ଏହି ଦୁର୍ନୀତି ସହ ଜଡିତ ଏକ ବଡ଼ ର‍୍ୟାକେଟକୁ ଚିହ୍ନଟ କରାଯାଇଛି । ତଦନ୍ତ ବେଳେ ସିବିଆଇ ଏପରି ଚାଞ୍ଚଲ୍ୟକର ତଥ୍ୟ ପାଇଛି । ଏହି ତଥ୍ୟ ଅନୁସାରେ,ମେଡିକାଲ କଲେଜରେ ଆଡମିସନ ପାଇଁ ଆଶାୟୀଙ୍କୁ ଦେବାକୁ ପଡିଛି ଲକ୍ଷାଧିକ ଟଙ୍କା । ବିନା ପରୀକ୍ଷାରେ ଦଲାଲମାନେ ଆଶାୟୀଙ୍କୁ ଗୋଟିଏ ଗୋଟିଏ ସିଟ୍‌ ୨୦ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି । ତଦନ୍ତ ବେଳେ ସିବିଆଇ ଏପରି ଚାଞ୍ଚଲ୍ୟକର ତଥ୍ୟ ବିଷୟରେ ଜାଣିବାକୁ ପାଇଛି । ସିବିଆଇ ସୋମବାର ନିଟ୍‌ ପରୀକ୍ଷାରେ ହୋଇଥିବା ଦୁର୍ନୀତି ଘଟଣାରେ ୮ ଜଣଙ୍କୁ ଗିରଫ କରିଥିଲା । ଏବେ ସିବିଆଇ ୫ ରାଜ୍ୟରେ ଆଶାୟୀଙ୍କ ଠାରୁ ଟଙ୍କା ନେଇ ମେଡିକାଲ ସିଟ୍‌ ଯୋଗାଇଦେବାର କାମ କରୁଥିବା ଗୋଟିଏ ର‍୍ୟାକେଟ ବିଷୟରେ ଜାଣିବାକୁ ପାଇଛି । ସିବିଆଇ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ,ଏହି ର‍୍ୟାକେଟର ସଦସ୍ୟମାନେ ଆଶାୟୀଙ୍କ ସହ ଗୋଟିଏ ଗୋଟିଏ ମେଡିକାଲ ସିଟ୍‌ ପାଇଁ ୨୦ ଲକ୍ଷ ଟଙ୍କାର ଡିଲ୍‌ କରୁଥିଲେ । ଏହା ମଧ୍ୟରୁ ଜାଲ ପରୀକ୍ଷାର୍ଥୀ ସାଜି ନିଟ୍‌ ପ୍ରଶ୍ନପତ୍ରର ସମ୍ମୁଖୀନ ହେଉଥିବା ପିଲା ୫ ଲକ୍ଷ ଟଙ୍କା ନେଉଥିଲେ । ବାକି ଟଙ୍କା ମଧ୍ୟସ୍ଥି ଓ ରାକେଟରେ ଥିବା ଅନ୍ୟ ସଦସ୍ୟମାନେ ଭାଗବାଣ୍ଟି ନେଉଥିଲେ । ସୋମବାର ସିବିଆଇ ଦିଲ୍ଲୀରେ ନକଲି ପରୀକ୍ଷାର୍ଥୀ ସାଜି ନିଟ ପରୀକ୍ଷାର ପ୍ରଶ୍ନ ପତ୍ରର ସମାଧାନ କରିଥିବା ୬ ଜଣଙ୍କ ସମେତ ମୋଟ ୮ ଜଣଙ୍କୁ ଗିରଫ କରିଥିଲା । ଏହି ର‍୍ୟାକେଟର ମାଷ୍ଟରମାଇଣ୍ଡ ହେଉଛି ସଫଦରଜଙ୍ଗରେ ରହୁଥିବା ସୁନୀଶ ରାଜନ । ତାକୁ ମଧ୍ୟ ପୁଲିସ ଗିରଫ କରିଛି । ସୁନୀଶ ହିଁ ନକଲି ପରୀକ୍ଷାର୍ଥୀଙ୍କୁ ଯୋଗାଡ କରୁଥିଲା ଏବଂ ଆଶାୟୀଙ୍କ ଠାରୁ ଟଙ୍କା ଗ୍ରହଣ କରୁଥିଲା । ବିହାର,ଉତ୍ତର ପ୍ରଦେଶ,ମହାରାଷ୍ଟ୍ର ଓ ହରିଆଣାରେ ମଧ୍ୟ ଏହି ର‍୍ୟାକେଟ ସକ୍ରିୟ ଥିବା ସିବିଆଇ ସୂତ୍ରରେ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

seventeen − 17 =