ନୂଆ ରୂପରେ ଲୋକାର୍ପିତ ହେଲା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ

0 41

ନୂଆଦିଲ୍ଲୀ,୧୪/୪ : ଅତ୍ୟାଧୁନିକ ବୈଷୟିକ ବ୍ୟବସ୍ଥା ଓ ନୂଆ ରୂପରେ ବିକଶିତ ‘ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ’ ଆଜି ଉଦ୍‌ଘାଟିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଲୋକାର୍ପିତ ଏହି ସଂଗ୍ରହାଳୟରେ ୧୪ ଜଣ ପ୍ରଧାନମନ୍ତ୍ରୀଙ୍କ ସଂପର୍କରେ ବିସ୍ତୃତ ତଥ୍ୟ ସ୍ଥାନିତ ହୋଇଛି । ଲୋକାର୍ପଣ ପରେ ଭିତରକୁ ଯିବା ଲାଗି ପ୍ରଧାନମନ୍ତ୍ରୀ ପ୍ରଥମ ଟିକେଟ୍‌ କିଣିଥିଲେ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର୍‌ଲାଲ୍‌ ନେହରୁଙ୍କ ଜୀବନୀ ଓ ଅବଦାନ ସହିତ ସମଗ୍ର ବିଶ୍ୱରୁ ସେ ପାଇଥିବା ଉପହାରଗୁଡିକୁ ପ୍ରଥମ ଥର ପାଇଁ ଏହି ସଂଗ୍ରହାଳୟରେ ପ୍ରଦର୍ଶନ କରାଯାଉଛି । ନେହେରୁ ପାଇଥିବା ଅନେକ ଉପହାର ଏଯାବତ୍‌ ପ୍ରଦର୍ଶୀତ ହୋଇ ନ ଥିଲା । ଦେଶର ପ୍ରଧାନମନ୍ତ୍ରୀ ହୋଇଥିବା ନେତାମାନଙ୍କ ବିଷୟରେ ସଚେତନତା ସୃଷ୍ଟି କରାଇବା ପାଇଁ ଉକ୍ତ ସଂଗ୍ରହାଳୟ ବିକଶିତ ହୋଇଛି । ଆଦର୍ଶ ଏବଂ କାର୍ଯ୍ୟକାଳ ନିର୍ବିଶେଷରେ ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଅବଦାନକୁ ଏଥିରେ ସ୍ୱୀକୃତି ଦିଆଯାଇଛି । ନୂତନ ଓ ପୁରାତନ ସଂଗ୍ରହାଳୟର ସୁନ୍ଦର ସମ୍ମିଶ୍ରଣରେ ଏହି ସଂଗ୍ରହାଳୟ ନିର୍ମାଣ କରାଯାଇଛି । ‘ବ୍ଲକ୍‌ ୱାନ୍‌’ ଭାବେ ନାମିତ ‘ନେହରୁ ମିୟୁଜିୟମ୍‌ ବିଲ୍‌ଡିଙ୍ଗ୍‌’କୁ ମଧ୍ୟ ଏଥିରେ ମିଶାଯାଇ ଉନ୍ନୀତ କରାଯାଇଛି । ୧୦,୪୯୧ ବର୍ଗ ମିଟର ପରିମିତ ଉକ୍ତ ନୂତନ ସଂଗ୍ରହାଳୟରେ ହଲୋଗ୍ରାମ୍‌, ଅଗ୍‌ମେଣ୍ଟେଡ୍‌ ରିୟଲିଟି, ଇଣ୍ଟେରାକ୍ଟିଭ୍‌ କିଓସ୍କ୍‌ ଓ ସ୍କ୍ରିନ୍‌, କାଇନେଟିକ୍‌ ସ୍କଲ୍‌ଚର୍ସ ଏବଂ ସ୍ମାର୍ଟଫୋନ୍‌ ଆପ୍ଲିକେସନ୍‌ ଭଳି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ରହିଛି ।

hiranchal ad1
Leave A Reply

Your email address will not be published.

seventeen − 7 =