ନୂତନ ସଂସଦ ଭବନରେ ଅଶୋକ ସ୍ତମ୍ଭ ଉନ୍ମୋଚିତ

0 44

ନୂଆଦିଲ୍ଲୀ : ନୂତନ ସଂସଦ ଭବନର ଛାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ସଙ୍କେତ ବିଶାଳ ଅଶୋକ ସ୍ତମ୍ଭର ଉନ୍‌ମୋଚନ କରିଛନ୍ତି । ପ୍ରାୟ ୯୫୦୦ କିଲୋଗ୍ରାମ ଓଜନର ଏହି ଅଶୋକ ସ୍ତମ୍ଭ ପିତ୍ତଳରେ ନିର୍ମିତ ହୋଇଥିବା ବେଳେ ଏହାର ଉଚ୍ଚତା ୬.୫ ମିଟର । ଏହାପରେ ପ୍ରଧାନମନ୍ତ୍ରୀ ଏହାକୁ ସଠିକ ସମୟରେ ତିଆରି କରିଥିବା ଶ୍ରମିକଙ୍କ ସହ କଥା ହୋଇଥିଲେ । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସହ ଅନ୍ୟାନ୍ୟ ବିଷୟରେ ମଧ୍ୟ କଥା ହୋଇଥିଲେ । ଏହି ଅବସରରେ ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ନଗର ଉନ୍ନୟନ ମନ୍ତ୍ରୀ ହାର୍ଦ୍ଦିକ ପୁରୀ ମଧ୍ୟ ଉପସ୍ଥିତ ଥିଲେ । ନୂତନ ସଂସଦ ଗୃହର ଛାତ ଉପରେ ଏହି ଜାତୀୟ ସଙ୍କେତର ସ୍ଥାପନ କାର୍ୟ୍ୟ ଆଠଟି ଭିନ୍ନ ପର୍ୟ୍ୟାୟରେ ଶେଷ ହୋଇଥିଲା । ଏହା ମାଟି ମଡେଲ ତିଆରି ଠାରୁ ଆରମ୍ଭ କରି କମ୍ପ୍ୟୁଟର ଗ୍ରାଫିକ୍ସ ପ୍ରସ୍ତୁତି ଏବଂ ପିତ୍ତଳ ଚିତ୍ରଗୁଡ଼ିକର ପଲିସିଂ ପର୍ୟ୍ୟନ୍ତ ସାମିଲ ରହିଛି ।

hiranchal ad1
Leave A Reply

Your email address will not be published.

2 × five =