ପାର୍ଥ ଓ ଅର୍ପିତାଙ୍କ ରିମାଣ୍ଡ ଅବଧି ୨ ଦିନ ବଢିଲା

0 77

କୋଲାକତା: ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ପୂର୍ବତନ ବେଙ୍ଗଲ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ସହୋଗୀ ଅର୍ପିତାଙ୍କ ରିମାଣ୍ଡ ଅବଧି ଆଉ ଦୁଇ ଦିନ ବଢିଛି । ଆଜି ଉଭୟଙ୍କ ରିମାଣ୍ଡ ଅବଧି ଶେଷ ହେଉଥିବାରୁ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଏହାପରେ ପାର୍ଥ ଓ ଅର୍ପିତାଙ୍କୁ ଆଉ ୨ ଦିନ ପାଇଁ ଇଡି ହେପାଜତକୁ ପଠାଯାଇଛି । ଆଜି କୋର୍ଟଙ୍କୁ ଇଡି ପକ୍ଷରୁ ପାର୍ଥଙ୍କୁ ୪ ଦିନିଆ ରିମାଣ୍ଡ ଅବଧିରେ ପଠାଇବାକୁ ଅନୁରୋଧ କରାଯାଇଥିଲା । ସେହିପରି ଅର୍ପିତାଙ୍କ ରିମାଣ୍ଡ ୩ ଦିନ କରିବାକୁ କୁହାଯାଇଥିଲା । ହେଲେ କୋର୍ଟ ଉଭୟଙ୍କୁ ୨ ଦିନିଆ ରିମାଣ୍ଡରେ ପଠାଇଛନ୍ତି । ଆଜିର ଶୁଣାଣି ବେଳେ ଅର୍ପିତାଙ୍କ ଓକିଲ ନୀଳାଦ୍ରି ଭଟ୍ଟାଚାର୍ଯ୍ୟ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ । ଇଡି ହେପାଜତରେ ଥିବା ବେଳେ ଅର୍ପିତାଙ୍କୁ ଆଇନଗତ ପରାମର୍ଶ ପାଇଁ ଅନୁମତି ଦେବାକୁ ସେ କହିଥିଲେ । ତେବେ ଏହି ଆବେଦନକୁ କୋର୍ଟ ଇଡି ହାତରେ ଛାଡି ଦେଇଥିଲେ । ଯଦି ଇଡି ଅଧିକାରୀମାନେ ଚାହିଁବେ, ତା’ହେଲେ ଅର୍ପିତାଙ୍କୁ ତାଙ୍କ ଓକିଲ ଭେଟି ପାରିବେ । ଏହାର ଜବାବରେ ଇଡିର ଓକିଲ ତଥା ଆଡିସନାଲ ସଲିସିଟର ଜେନେରାଲ କହିଥିଲେ ଯେ ଆଇନଗତ ଆଲୋଚନା ପାଇଁ ଆମର କୌଣସି ଅସୁବିଧା ନାହିଁ । ଅର୍ପିତାଙ୍କ ଓକିଲ ଦିନକ ପାଇଁ ଭେଟି ପାରିବେ । ଏହି ସମୟରେ ଇଡିର ଅଧିକାରୀମାନେ ଉପସ୍ଥିତ ରହିବେ ।

hiranchal ad1
Leave A Reply

Your email address will not be published.

one × 4 =