ପୁଣି ଆଟର୍ଣ୍ଣି ଜେନେରାଲ ହେବେ ମୁକୁଲ ରୋହତଗୀ

0 61

ନୂଆଦିଲ୍ଲୀ,୧୩/୯: ପୁଣି ଥରେ ଦେଶର ପରବର୍ତ୍ତୀ ଆଟର୍ଣ୍ଣି ଜେନେରାଲ ହେବେ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ । ଏ ନେଇ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସେ ଅକ୍ଟୋବର ୧ରୁ ନିଜର କାର୍ଯ୍ୟକାଳ ଆରମ୍ଭ କରିବେ । ଏହାପୂର୍ବରୁ ମୁକୁଲ ରୋହତଗୀ ଜୁନ୍‌ ୨୦୧୪ ରେ ଆଟର୍ଣ୍ଣି ଜେନେରାଲ ଭାବରେ ନିଯୁକ୍ତ ହୋଇଥିଲେ ଏବଂ ଜୁନ୍‌ ୨୦୧୭ ପର୍ୟ୍ୟନ୍ତ ସେ ନିଜ କାର୍ଯ୍ୟ ଭାର ତୁଲାଇଥିଲେ । ଏବେ ଦ୍ୱିତୀୟ ଥର ପାଇଁ ସେ ଆଟର୍ଣ୍ଣି ଜେନେରାଲ ଭାବେ ନିଜ କାର୍ଯ୍ୟ ସମ୍ଭାଳିବେ । ରୋହତଗୀ କେ କେ ବେଣୁଗୋପାଳଙ୍କ ପରେ କାର୍ଯ୍ୟଭାର ସମ୍ଭାଳିବେ । ବେଣୁଗୋପାଳଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୩୦ରେ ଶେଷ ହେବ । ସରକାର ୯୦ ବର୍ଷୀୟ ବେଣୁଗୋପାଳଙ୍କ କାର୍ଯ୍ୟକାଳ ଆଉ ବର୍ଷ ବଢାଇବାକୁ କହିଥିଲେ । କିନ୍ତୁ ସ୍ୱାସ୍ଥ୍ୟଗତ କାରଣରୁ ସେ ଆଉ ରାଜି ହୋଇନଥିଲେ । ସେ ୨୦୧୭ରୁ ଆଟର୍ଣ୍ଣି ଜେନେରାଲ ଭାବେ ପଦ ସମ୍ଭାଳୁଛନ୍ତି । ୨୦୧୪ରେ ମୋଦି ସରକାର ଶାସନକୁ ଆସିବା ପରେ ରୋହତଗୀ ଆଟର୍ଣ୍ଣି ଜେନେରାଲ ଭାବେ ନିଯୁକ୍ତ ହୋଇଥିଲେ । ୨୦୧୭ରେ ତାଙ୍କ କାର୍ଯ୍ୟକାଳ ସରକାର ବଢାଇବାକୁ ଚାହିଁଥିଲେ । କିନ୍ତୁ ସେ ପଦରୁ ଇସ୍ତଫା ଦେଇ ଦେଇଥିଲେ । ଏହାପରେବେଣୁଗୋପାଳଙ୍କୁ ୩ ବର୍ଷ ପାଇଁ ଏହି ପଦବୀରେ ନିଯୁକ୍ତ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

4 × one =