ପୁଲିସ୍‌ ନିଯୁକ୍ତିରେ ମହାଦୁର୍ନୀତି :
୩୩ ସ୍ଥାନରେ ଚାଲିଛି ସିବିଆଇ ରେଡ୍‌

0 81

ଶ୍ରୀନଗର,୧୩/୯: : ଜମ୍ମୁ-କଶ୍ମୀରରେ ପୁଲିସ୍‌ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାର ଛାନଭିନ କରୁଥିବା ସିବିଆଇ ଆଜି ସକାଳୁ ଦେଶର ୩୩ଟି ସ୍ଥାନରେ ଚଢାଉ କରିଛି । ମୁଖ୍ୟତଃ ଏକ ନିର୍ଦ୍ଦିଷ୍ଟ କୋଚିଂ ସେଣ୍ଟରର ଅଧିକାଂଶ ପିଲା ଲିଖିତ ପରୀକ୍ଷାରେ ପାସ୍‌ କରିବା ପରେ ଏଥିରେ ଏକ ବିରାଟ ଘୋଟାଲା ହୋଇଥିବା ଅଭିଯୋଗ ହୋଇଥିଲା । ଏହି ପରୀକ୍ଷା ୨୦୨୦ ମସିହା ମାର୍ଚ୍ଚ ୨୦ ତାରିଖରେ ହୋଇଥିବା ବେଳେ ଏଥିରେ ୯୭ ହଜାର ପରୀକ୍ଷାର୍ଥୀ ଭାଗ ନେଇଥିଲେ । ଗତ ଜୁନ୍‌ ୪ ତାରିଖରେ ଏହି ପରୀକ୍ଷା ଫଳ ବାହାରିଥିବା ବେଳେ ୧୨ଶହ ଜଣ ପାସ୍‌ କରିଥିବା ଜଣାପଡିଥିଲା । ସେମାନଙ୍କ ମଧ୍ୟରୁ ବହୁ ଜଣ ଉକ୍ତ କୋଚିଙ୍ଗ ସେଣ୍ଟର ଛାତ୍ରଛାତ୍ରୀ ହୋଇଥିବାରୁ ଏହା ପଛରେ ଏକ ସ୍କାମ ଥିବା ଅନ୍ୟ ପରୀକ୍ଷାର୍ଥୀ ଅଭିଯୋଗ ଆଣିଥିଲେ । ଏହାକୁ ନେଇ ସମଗ୍ର ରାଜ୍ୟରେ ତୁମ୍ବି ତୋଫାନ ହେବା ପରେ ଏହି ପରୀକ୍ଷା ଫଳକୁ ବାତିଲ କରାଯାଇ ସିବିଆଇ ଦ୍ୱାରା ମାମଲାର ଯାଞ୍ଚ କରାଯାଉଛି । ଏହା ପଛରେ ଜମ୍ମୁ, କଶ୍ମୀରର ଏସଏସବି ଅଧ୍ୟକ୍ଷ ଖାଲିଦ ଜହାଙ୍ଗିର ଓ କଣ୍ଟ୍ରୋଲର ଅଶୋକ କୁମାରଙ୍କ ହାତ ଥିବା ଅଭିଯୋଗ ହେବା ପରେ ସେମାନଙ୍କୁ ପଚରାଉଚରା କରାଯାଉଛି । ଏହି ମାମଲାରେ ସିବିଆଇ ୩୩ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରିଛି । ସିବିଆଇ ପକ୍ଷରୁ ଆଜି ସକାଳେ ସମୁଦାୟ ଦେଶର ୩୩ଟି ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରାଯାଉଥିବା ବେଳେ ସେଥିମଧ୍ୟରେ ଜମ୍ମୁର ୧୪ଟି, ଶ୍ରୀନଗରର ଗୋଟିଏ, ହରିୟାଣାର ୧୩ଟି ଓ ଗୁଜରାଟର ୧ଟି, ବେଙ୍ଗାଲୁରର ୧ ଓ ଉତ୍ତରପ୍ରଦେଶର ଗୋଟିଏ ଜାଗା ସମେତ ଭିନ୍ନ ଭିନ୍ନ ଜାଗାରେ ରେଡ କରାଯାଇଛି । ଗତ ମାସ ମଧ୍ୟ ସିବିଆଇ ଏହି ମାମଲାର ଛାନଭିନ କରି ୩୦ ଜାଗାରେ ରେଡ କରିଥିଲା ।

hiranchal ad1
Leave A Reply

Your email address will not be published.

nineteen − eleven =