ପ୍ରଥମ ଥର ପାଇଁ ଘରୋଇ କଂପାନୀ ନିର୍ମାଣ କରିବ ସାମରିକ ବିମାନ

0 52

ନୂଆଦିଲ୍ଲୀ : ଗୁଜୁରାଟରେ ମିଲିଟାରି ଟ୍ରାନ୍ସପୋର୍ଟ ବିମାନ ତିଆରି ହେବ । ବିଶ୍ୱର ପ୍ରମୁଖ ବିମାନ ନିର୍ମାଣକାରୀ କମ୍ପାନି ଏୟାରବସ ଓ ଟାଟା ଗ୍ରୁପ ମିଳିତ ଭାବେ ଏସବୁ ବିମାନ ନିର୍ମାଣ କରିବେ । ଏହି ପ୍ରକଳ୍ପ ପାଇଁ ୨୨ ହଜାର କୋଟି ଟଙ୍କା ବ୍ୟୟ ହେବ । ଆଜି ଏ ସଂପର୍କରେ ସୂଚନା ଦେଇ କେନ୍ଦ୍ର ପ୍ରତିରକ୍ଷା ସଚିବ ଅଜୟ କୁମାର କହିଛନ୍ତି ଯେ, ଭାରତରେ ପ୍ରଥମ ଥର ପାଇଁ କୌଣସି ଏକ ଘରୋଇ କମ୍ପାନି ପକ୍ଷରୁ ମିଲିଟାରି ବିମାନ ନିର୍ମାଣ କରାଯିବ । ଏହି ପ୍ରକଳ୍ପରେ ମୋଟ ୨୧,୯୩୫ କୋଟି ଟଙ୍କା ବିନିଯୋଗ କରାଯିବ । ଏସବୁ ବିମାନ କେବଳ ସାମରିକ ବାହିନୀ ନୁହେଁ,ବେସାମରିକ କାମ ପାଇଁ ବି ବ୍ୟବହାର କରାଯାଇପାରିବ । ବରୋଦାଠାରେ ହେବାକୁ ଥିବା ଏହି ପ୍ରକଳ୍ପର ଶିଳାନ୍ୟାସ ଆସନ୍ତା ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିବେ । ଏହି ପ୍ରକଳ୍ପ ଦ୍ୱାରା ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ମଧ୍ୟ ମୋଦୀଙ୍କ ମେକ ଇନ ଇଣ୍ଡିଆକୁ ପ୍ରେତ୍ସାହିତ କରିବ । ଏବେ କେବଳ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିଃ(ହାଲ) ପକ୍ଷରୁ ନିର୍ମାଣ କରାଯାଉଛି ।

hiring
hiranchal ad1
Leave A Reply

Your email address will not be published.

1 × five =