ପ୍ରଧାନ ବିଚାରପତିଭାବେ ନିଯୁକ୍ତ ହେଲେ ଜଷ୍ଟିସ ୟୁ ଲଳିତ

0 94

ନୂଆଦିଲ୍ଲୀ: ଜଷ୍ଟିସ ଉଦୟ ଉମେଶ ଲଳିତ ଭାରତର ୪୯ତମ ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ ହୋଇଛନ୍ତି । କେନ୍ଦ୍ର ସରକାର ଆଜି ଏହି ନିଯୁକ୍ତି ଦେଇଛନ୍ତି । ଜଷ୍ଟିସ୍‌ ୟୁୟୁ ଲଳିତଙ୍କୁ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବରେ ନିଯୁକ୍ତି ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଏକ ବିଜ୍ଞପ୍ତି ଜାରି କରିଛନ୍ତି । ସୁପ୍ରିମକୋର୍ଟର ବର୍ତ୍ତମାନର ପ୍ରଧାନ ବିଚାରପତି ଏନଭି ରମନ୍ନା ଅଗଷ୍ଟ ୨୬ରେ ଅବସର ନେବେ । ଏହା ପରେ ଅଗଷ୍ଟ ୨୭ରେ ଜଷ୍ଟିସ ଲଳିତ ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ । ଜଷ୍ଟିସ୍‌ ଲଳିତ ନଭେମ୍ବର ୯, ୧୯୫୭ରେ ଜନ୍ମଗ୍ରହଣ କରିଥିଲେ । ଏହା ପରେ ସେ ଜୁନ୍‌ ୧୯୮୩ରେ ତାଙ୍କର ଆଇନଗତ କ୍ୟାରିଅର୍‌ ଆରମ୍ଭ କରିଥିବା ବେଳେ ଡିସେମ୍ବର ୧୯୮୫ପର୍ଯ୍ୟନ୍ତ ସେ ବମ୍ବେ ହାଇକୋର୍ଟରେ କାର୍ଯ୍ୟ କରିଥିଲେ । ପରେ ସେ ଦିଲ୍ଲୀ ଯାଇଥିଲେ । ତାଙ୍କୁ ଏପ୍ରିଲ ୨୦୦୪ରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ବରିଷ୍ଠ ଓକିଲ ଭାବେ ନିଯୁକ୍ତି ମିଳିଥିଲା । ଏବେ ଦୀର୍ଘଦିନର ଅଭିଜ୍ଞତା ସହ ସେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି । ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୪ରେ ଜଷ୍ଟିସ ୟୁୟୁ ଲଲିତଙ୍କୁ ଉତ୍ତରାଧିକାରୀ ଭାବେ ଚୟନ କରିଥିଲେ ଭାରତର ପ୍ରଧାନ ବିଚାରପତି ଏନଭି ରମନ୍ନା । ବରିଷ୍ଠତା ଭିତ୍ତିରେ ଜଷ୍ଟିସ ରମନ୍ନାଙ୍କ ତଳକୁ ରହିଥିଲେ ଜଷ୍ଟିସ ଉଦୟ ଉମେଶ ଲଳିତ । ଏଣୁ ପ୍ରଚଳିତ ପରମ୍ପରା ଅନୁସାରେ, ପ୍ରଧାନ ବିଚାରପତି ନୂଆ ପ୍ରଧାନ ବିଚାରପତି ପଦ ପାଇଁ ତାଙ୍କ ନାମ ସୁପାରିସ କରିବାର ସମ୍ଭାବନା ରହିଥିଲା । ତେବେ ଜଷ୍ଟିସ ଉଦୟ ଉମେଶ ଲଲିତଙ୍କ କାର୍ଯ୍ୟଦିବସ କେବଳ ୭୪ଦିନର ହେବ । ଚଳିତ ବର୍ଷ ନଭେମ୍ବର ୮ରେ ସେ ଅବସର ନେବେ । ଗତ ବର୍ଷ ଏପ୍ରିଲରେ ଏସ ଏ ବବଦେଙ୍କ ପରେ ଦାୟିତ୍ୱ ଗ୍ରହଣ କରିଥିବା ଜଷ୍ଟିସ ରମନ୍ନାଙ୍କ କାର୍ଯ୍ୟକାଳ ୧୬ମାସରୁ ଅଧିକ ଥିଲା ।

hiranchal ad1
Leave A Reply

Your email address will not be published.

sixteen − 1 =