ଫୋନ୍‌ ଟ୍ୟାପିଙ୍ଗ୍‌ ମାମଲାରେ ଏନ୍‌ଏସ୍‌ଇର ପୂର୍ବତନ ମୁଖ୍ୟ ଗିରଫ

0 48

ନୂଆଦିଲ୍ଲୀ: ୨୦୦୯ରୁ ୨୦୧୭ ମଧ୍ୟରେ ‘ଏକ୍ସଚେଞ୍ଜ୍‌’ର କର୍ମଚାରୀମାନଙ୍କର ଫୋନ୍‌ ବେଆଇନ୍‌ ଭାବେ ଟ୍ୟାପିଙ୍ଗ୍‌ ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ ପ୍ରବର୍ତ୍ତନ ର୍ନିେଶାଳୟ ‘ନ୍ୟାସ୍‌ନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌’ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ରବି ନାରାୟଣଙ୍କୁ ଗିରଫ କରିଛି । ‘ସିବିଆଇ’ କହିବା ଅନୁସାରେ, ଅଭିଯୋଗ ହୋଇଥିଲା ଯେ, ୨୦୦୯-୧୭ ପର୍ଯ୍ୟନ୍ତ ତତ୍‌କାଳୀନ ଏମ୍‌.ଡି. ନାରାୟଣ, ତତ୍‌କାଳୀନ ଡିଏମ୍‌ଡି ରାମକୃଷ୍ଣା, ତତ୍‌କାଳୀନ କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଏବଂ ‘ଏନ୍‌ଏସ୍‌ଇ’ ପରିସରର ମୁଖ୍ୟ ଏବଂ ଘରୋଇ କମ୍ପାନି ବେଆଇନ ଭାବେ ‘ଏନ୍‌ଏସ୍‌ଇ’ କର୍ମଚାରୀମାନଙ୍କ ଟେଲିଫୋନ୍‌ ଟ୍ୟାପ୍‌ କରିବା ଲାଗି ଷଡଯନ୍ତ୍ର କରିଥିଲେ । ଦିଲ୍ଲୀରେ ଜେରା କରିବା ନିମନ୍ତେ ପ୍ରବର୍ତ୍ତନ ର୍ନିେଶାଳୟ ରବି ନାରାୟଣଙ୍କ ନିକଟକୁ ସମନ୍‌ ପଠାଇଥିଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତରେ ରବି ନାରାୟଣ ସହଯୋଗ କରୁ ନ ଥିବାରୁ ତାଙ୍କ ନାମରେ ଥିବା ଅଭିଯୋଗ ଆଧାରରେ ମଙ୍ଗଳବାର ସଂଧ୍ୟା ବେଳେ ତାଙ୍କୁ ଗିରଫ କରାଯାଇଛି । ‘ଏନ୍‌ଏସ୍‌ଇ’ର ତତ୍‌କାଳୀନ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବି ନାରାୟଣ ୧୯୯୪ରୁ ୨୦୧୩ ମଧ୍ୟରେ ‘ଏନ୍‌ଏସ୍‌ଇ’ର ବିଭିନ୍ନ ପଦପଦବୀରେ ଥିଲେ । ପୂର୍ବରୁ ମୁମ୍ବାଇର ପୂର୍ବତନ ପୁଲିସ କମିସନର୍‌ ସଞ୍ଜୟ ପାଣ୍ଡେଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା ।

hiranchal ad1
Leave A Reply

Your email address will not be published.

13 + 17 =