ବର୍ଷକରେ ୧୩୭୩.୭୮୩ କୋଟି ଟଙ୍କା ଆୟ କରିଛନ୍ତି ୮ଟି ଦଳ

0 67

ନୂଆଦିଲ୍ଲୀ: ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ୮ଟି ଜାତୀୟ ରାଜନୈତିକ ଦଳ ମୋଟ ୧୩୭୩.୭୮୩ କୋଟି ଟଙ୍କା ଆୟ କରିଛନ୍ତି । ସେହିପରି ଏହି ସମୟ ମଧ୍ୟରେ ଦେଶର ୨୭ଟି ଆଞ୍ଚଳିକ ରାଜନୈତିକ ଦଳ ମୋଟ ୫୩୦.୭୦୩ କୋଟି ଟଙ୍କା ଆୟ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ ହେଉଛି, ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ୮ଟି ଜାତୀୟ ରାଜନୈତିକ ଦଳ ଅଜ୍ଞାତ ଉତ୍ସରୁ ୪୨୬.୭୪୨ କୋଟି ଟଙ୍କା ଆୟ କରିଥିବା ଘୋଷଣା କରିଛନ୍ତି । ସେହିପରି ୨୭ଟି ଆଞ୍ଚଳିକ ଦଳ ଅଜ୍ଞାତ ଉତ୍ସରୁ ୨୬୩.୯୨୮ କୋଟି ଟଙ୍କା ଆୟ କରିଥିବା ସ୍ୱୀକାର କରିଛନ୍ତି । ୨୦୨୦-୨୧ ଆର୍ଥିକ ବର୍ଷରେ ଜାତୀୟ କଂଗ୍ରେସ ଅଜ୍ଞାତ ଉତ୍ସରୁ ୧୭୮.୭୮୨ କୋଟି ଟଙ୍କା ଆୟ କରିଛି । ସେହିପରି ବିଜେପି ଅଜ୍ଞାତ ଉତ୍ସରୁ ୧୦୦.୫୦୨ କୋଟି ଟଙ୍କା ଆୟ କରିଛି । ଅଜ୍ଞାତ ଉତ୍ସରୁ ଦେଶର ପ୍ରମୁଖ ୫ଟି ଆଞ୍ଚଳିକ ରାଜନୈତିକ ଦଳ କରିଥିବା ଆୟ ମଧ୍ୟରୁ ୱାଇଏସଆର-କଂଗ୍ରେସ- ୯୬.୨୫୦୭ କୋଟି ଟଙ୍କା, ଡିଏମକେ ୮୦.୦୧୮ କୋଟି ଟଙ୍କା, ବିଜେଡି ୬୭.୦୦୩୪ କୋଟି ଟଙ୍କା, ଏମଏନଏସ ୫.୭୭୩ କୋଟି ଟଙ୍କା ଏବଂ ଆପ୍‌ ୫.୩୫୨ କୋଟି ଟଙ୍କା ଆୟ କରିଛି ।

hiranchal ad1
Leave A Reply

Your email address will not be published.

5 × two =