ବାୟୁସେନାରୁ ସବୁଦିନ ପାଇଁ ହଟିବ ମିଗ-୨୧

0 70

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାରେ ଅଉ ଦେଖିବାକୁ ମିଳିବନି ମିଗ-୨୧ ବିମାନ । ଏହାକୁ ସବୁଦିନ ପାଇଁ ହଟାଇ ଦିଆଯିବ । ଏହି ବିମାନ ଉଡନ୍ତା କଫିନ ଭାବେ ବେଶ୍‌ ପରିଚିତ । ଏହା କହିବା ପଛରେ ମଧ୍ୟ ଅନେକ କାରଣ ମଧ୍ୟ ରହିଛି । ଅନେକ ଥର ଏହା ଦୁର୍ଘଟଣାର ଶିକାର ହୋଇଥିବା ବେଳେ ଅନେକ ଯବାନ ମଧ୍ୟ ଜୀବନ ହରାଇଛନ୍ତି । ବାସୁସେନା ସେପ୍ଟେମ୍ବର ୩୦ ତାରିଖରେ ପୁରୁଣା ମିଗ-୨୧ ଯୁଦ୍ଧ ବିମାନର ଶେଷ ୪ ସ୍ୱାର୍ଡନ ମଧ୍ୟରୁ ଗୋଟିଏକୁ ଅବସର ଦେବାକୁ ଯାଉଛି । ଜଣେ ଅଧିକାରୀ କହିଛନ୍ତି, ୫୧ ନଂ ସ୍ୱାର୍ଡନକୁ ସ୍ୱାର୍ଡଆର୍ମ୍ସ ଭାବେ ସମସ୍ତେ ଜାଣିଛନ୍ତି । କ୍ୟାପଟେନ ଅଭିନନ୍ଦନ ବର୍ଦ୍ଧମାନ ଏହି ଟିମର ସଦସ୍ୟ ଥିଲେ । ୨୦୧୯ସେପ୍ଟେମ୍ବର ୨୭ରେ ଅଭିନନ୍ଦନ ନିୟନ୍ତ୍ରଣ ରେଖାରେ ପାକିସ୍ତାନୀ ଏଫ-୧୬ ବିମାନକୁ ଖସାଇବା ପରେ ପାକିସ୍ତାନ ସୀମାରେ ପ୍ରବେଶ କରିଯାଇଥିଲେ । ପରେ ସେ ଭାରତ ଫେରିଥିଲେ । ତାଙ୍କ ସାହାସିକତା ପାଇଁ ସେ ବୀରଚକ୍ରରେ ସମ୍ମାନିତ ହୋଇଥିଲେ । ଭାରତୀୟ ବାୟୁସେନାର ମିରାଜ-୨୦୦୦, ୨୦୧୯ ଫେବ୍ରୁଆରୀ ୨୬ରେ ପାକିସ୍ତାନ ଅଧିକୃତ କାଶ୍ମୀରରେ ବୋମାମାଡ କରିଥିଲା । ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଆତଙ୍କୀ କ୍ୟାମ୍ପଙ୍କୁ ନଷ୍ଟ କରିଦେଇଥିଲା । ଏହି ଆକ୍ରମଣ କାଶ୍ମୀରର ପୁଲୱାମାରେ ଆତ୍ମଘାତୀ ଆକ୍ରମଣର ପ୍ରତିଶୋଧରେ କରାଯାଇଥିଲା । ଫେବ୍ରୁଆରୀ ୧୪ରେ ହୋଇଥିବା ଏହି ଘଟଣାରେ ସିଆରପିଏଫର ୪୦ଯବାନ ସହିଦ ହୋଇଥିଲେ । ସେନାର ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ ଅନ୍ୟ ତିନ ମିଗ-୨୧ରେ ସ୍ୱାର୍ଡନକୁ ୨୦୨୫ ମଧ୍ୟରେ ଗୋଟିଏ ଗୋଟିଏ କରି ଅବସର ଦିଆଯିବ ।

hiranchal ad1
Leave A Reply

Your email address will not be published.

14 + 5 =