ନୂଆଦିଲ୍ଲୀ,୧୯/୭: ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ବାଛିବା ପାଇଁ ଭୋଟିଂ ପ୍ରକ୍ରିୟା ଜାରି ରହିଛି । ଆଜି ୪ର୍ଥ ରାଉଣ୍ଡର ଭୋଟିଂ ସରିଥିବା ବେଳେ ଏଥିରେ ଆଗରେ ରହିଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ୍ । ୧୧୮ ଖଣ୍ଡ ଭୋଟ ପାଇ ସେ ଚତୁର୍ଥ ରାଉଣ୍ଡରେ ଆଗରେ ରହିଛନ୍ତି । ଏଥିସହିତ ସେ କଞ୍ଜରଭେଟିଭ୍ ପାର୍ଟିର ଆଗାମୀ ପ୍ରଧାନମନ୍ତ୍ରୀ ହେବା ନେଇ ଏକ ପ୍ରକାର ସ୍ପଷ୍ଟ ଜଣାପଡ଼ୁଛି । ତୃତୀୟ ରାଉଣ୍ଡରେ ଋଷିଙ୍କୁ ମିଳିଥିଲା ୧୧୫ ଭୋଟ । ଚତୁର୍ଥ ରାଉଣ୍ଡରେ ସେ ଏହାଠାରୁ ଅଧିକ ଭୋଟ ପାଇଛନ୍ତି । ଅନ୍ୟପଟେ ବ୍ରିଟିଶ୍ ବାଣିଜ୍ୟ ମନ୍ତ୍ରୀ ପେନୀ ମୋରଡାଉଣ୍ଟ ୯୨ ଭୋଟ ପାଇ ଦ୍ୱିତୀୟରେ ଅଛନ୍ତି । ତାଙ୍କ ପଛରେ ୮୬ ଖଣ୍ଡ ଭୋଟ ବୈଦେଶିକ ବ୍ୟାପାର ସଚିବ ଲିଜ୍ ଟ୍ରସ୍ ୮୬ ଭୋଟ୍ ପାଇଛନ୍ତି । ପୂର୍ବରୁ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ରାଉଣ୍ଟ ଭୋଟିଂରେ ମଧ୍ୟ ସୁନକ ଆଗରେ ରହିଥିଲେ ।