ଭାରତରେ ବାଂଲା ପ୍ରଧାନମନ୍ତ୍ରୀ ଶେଖ୍‌ ହସୀନା

0 44

ନୂଆଦିଲ୍ଲୀ: ଚାରି ଦିନିଆ ଭାରତ ଗସ୍ତରେ ଆଜି ଏଠାରେ ଆସି ପହଞ୍ଚିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା । ପରେ ସେ ବୈଦେଶିକ ବ୍ୟାପାରମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ହସିନାଙ୍କୁ ବୟନ ଓ ରେଳ ବିଭାଗର ମନ୍ତ୍ରୀ ଦର୍ଶନ ଜର୍ଡଶ ସ୍ୱାଗତ କରିଥିଲେ । ଏହି ଗସ୍ତକାଳରେ ଦୁଇ ଦେଶ ପ୍ରତିରକ୍ଷା ସହଯୋଗ, ଆଞ୍ଚଳିକ ସଂଯୋଗୀକରଣ ପଦକ୍ଷେପକୁ ବିସ୍ତାର କରିବା ଏବଂ ଦକ୍ଷିଣ ଏସିଆରେ ସ୍ଥିରତା ପ୍ରତିଷ୍ଠା ଉପରେ ଆଲୋଚନା କରିବେ । ଏହାଛଡ଼ା, ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କୁ ଭେଟିବେ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିବେ । ୨୦୨୧ରେ ଉଭୟ ଦେଶର ଦ୍ୱିପାକ୍ଷିକ ସମ୍ପର୍କ ୫୦ତମ ବର୍ଷକୁ ଛୁଇଁବା ପରେ ଏହା ତାଙ୍କର ପ୍ରଥମ ଗସ୍ତ । ପ୍ରଧାନମନ୍ତ୍ରୀ ମୋଦୀ ୨୦୨୧ ମସିହାରେ ବାଂଲାଦେଶ ଗସ୍ତ କରିଥିଲେ । ୨୦୧୫ ପରଠାରୁ ଉଭୟ ଦେଶର ପ୍ରଧାନମନ୍ତ୍ରୀ ୧୨ ଥର ସାକ୍ଷାତ କରିଛନ୍ତି । ଗତ କିଛି ବର୍ଷ ମଧ୍ୟରେ ଅନେକ ସଂଯୋଗୀକରଣ ପଦକ୍ଷେପକୁ ପୁନର୍ଜୀବିତ କରିବା ବ୍ୟତୀତ ଆଞ୍ଚଳିକ ସହଯୋଗ ପାଇଁ ଏକ ମଡେଲ ସୃଷ୍ଟି କରିବାକୁ ଭାରତ ଏବଂ ବାଂଲାଦେଶ ଚେଷ୍ଟା କରିଛନ୍ତି ।

hiranchal ad1
Leave A Reply

Your email address will not be published.

four + four =