ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୬ଟି ରାଜିନାମା ସ୍ୱାକ୍ଷରିତ

0 58

ବେଙ୍ଗାଲୁରୁ : କ୍ରମାଗତ ତୃତୀୟ ବର୍ଷ ପାଇଁ ମହାକାଶ ଶିଳ୍ପ କ୍ଷେତ୍ରରେ ଅଷ୍ଟ୍ରେଲିଆ ଆମର ଏକ ମୁଖ୍ୟ ଅଂଶୀଦାର ଦେଶ ହୋଇ ରହିଆସିଛି । ବେଙ୍ଗାଲୁରୁ ସ୍ପେସ୍‌ ଏକ୍ସପୋ ୨୦୨୨ (ବିଏସ୍‌ଏକ୍ସ ୨୦୨୨) ଅବସରରେ ସୋମବାର ଅଷ୍ଟ୍ରେଲିଆ-ଭାରତ ମହାକାଶ ଶିଳ୍ପ ସମ୍ବନ୍ଧୀୟ ୬ଟି ରାଜିନାମା ସ୍ୱାକ୍ଷରିତ ହୋଇଛି । ଏହି ଅନୁଯାୟୀ, ଅଷ୍ଟ୍ରେଲିଆର ସ୍ପେସ୍‌ ମେସିନ୍‌ସ କମ୍ପାନି ବେଙ୍ଗାଲୁରୁ-ସ୍ଥିତ ଏରୋସ୍ପେସ୍‌ ଓ ପ୍ରତିରକ୍ଷା ସାମଗ୍ରୀ ନିର୍ମାତା ଅନନ୍ତ ଟେକ୍‌ନୋଲୋଜିଜ୍‌ ସହ ମିଶି ଇଣ୍ଟିଗ୍ରେସନ, ଟେଷ୍ଟିଂ, ପ୍ରଯୁକ୍ତି ବିକାଶ ଓ ଯୁଗ୍ମ ମହାକାଶ ମିସନ ଉପରେ କାମ କରିବ । ସେହିପରି ତାଙ୍କ ଦେଶର ହେକ୍ସ୨୦ କମ୍ପାନି ହାଇଦ୍ରାବାଦ-ସ୍ଥିତ ସ୍କାଇରୁଟ୍‌ ଏରୋସ୍ପେସ୍‌ ସହ ମିଶି ଲଞ୍ଚ୍‌ ସେବା,ସ୍ପେସ୍‌କ୍ରାଫ୍ଟ ଏଭିଓନିକ୍ସ ଆଦି ସେବା ପ୍ରଦାନ କରିବ । ପର୍ଥଠାରେ ଥିବା କ୍ୟୁଏଲ୍‌ ସ୍ପେସ୍‌ ସ୍କାଇରୁଟ୍‌ ଏରୋସ୍ପେସ୍‌ ସହ ସହଭାଗିତାରେ ଅଷ୍ଟ୍ରେଲିଆରେ ଲଞ୍ଚ୍‌ ସୁବିଧାର ବିକାଶ କରିବ ଏବଂ ମହାକାଶରେ ଥାଇ ଯୁଗ୍ମ ଖଣିଜ ସନ୍ଧାନ ମିସନରେ କାର୍ଯ୍ୟ କରିବ । କ୍ୟୁଏଲ୍‌ ମଧ୍ୟ ଚେନ୍ନାଇ-ଭିତ୍ତିକ ଗ୍ୟାଲାକ୍ସ-ଆଇ ସହ ମିଶି ହାଇବ୍ରିଡ୍‌ ଅପ୍ଟିକ୍‌ ଓ ରାଡାର ପେଲୋଡ୍‌ ବିକାଶ ଆଦି କାର୍ଯ୍ୟ କରିବ ।

hiranchal ad1
Leave A Reply

Your email address will not be published.

11 − eight =