ଭାରତ ଆୟୋଜନ କରିବ ଜି-୨୦ ଶିଖର ସମ୍ମିଳନୀ

0 42

ନୂଆଦିଲ୍ଲୀ : ଆସନ୍ତାବର୍ଷ ଭାରତ ଜି-୨୦ ନେତାମାନଙ୍କର ଶିଖର ସମ୍ମିଳନୀ ଆୟୋଜନ କରିବ । ଚଳିତବର୍ଷ ଡିସେମ୍ବର ପହିଲାରୁ ଏହା ଜି-୨୦ର ଅଧ୍ୟକ୍ଷ ଦାୟିତ୍ୱ ବହନ କରିବ । ଭାରତ ସରକାର କରିଥିବା ଘୋଷଣା ଅନୁସାରେ, ଡିସେମ୍ବର ୧, ୨୦୨୨ରୁ ନଭେମ୍ବର ୩୦, ୨୦୨୩ ପର୍ଯ୍ୟନ୍ତ ଭାରତ ହାତରେ ରହିବ ୧୯ଟି ବିକଶିତ ଓ ବିକାଶଶୀଳ ଦେଶ ଏବଂ ୟୁରୋପୀୟ ୟୁନିୟନକୁ ନେଇ ଗଠିତ ମଞ୍ଚ ଜି-୨୦ର ଅଧ୍ୟକ୍ଷ ପଦ । ତେଣୁ ଆସନ୍ତା ବର୍ଷ ହେବାକୁ ଯାଉଥିବା ଜି-୨୦ ସମ୍ମିଳନୀର ଆୟୋଜନ ଦାୟିତ୍ୱ ହେଉଛି ଭାରତର । ଏଥିରେ ସମସ୍ତ ସଭ୍ୟ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ବା ପ୍ରତିନିଧିମାନେ ଯୋଗ ଦେବେ । ତା’ଛଡା ବାଂଲାଦେଶ, ଇଜିପ୍ଟ, ମରିସସ, ନେଦରଲାଣ୍ଡ, ନାଇଜେରିଆ, ଓମାନ, ସିଙ୍ଗାପୁର, ସ୍ପେନ ଓ ୟୁଏଇ (ସଂଯୁକ୍ତ ଆରବ ଅମିରାତ)କୁ ମଧ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯିବ । ଏଥିସହ ଆଇଏସ୍‌ଏ, ସିଡିଆର୍‌ଆଇ ଓ ଏଡିବି (ଏସୀୟ ଉନ୍ନୟନ ବ୍ୟାଙ୍କ)କୁ ମଧ୍ୟ ଭାରତ ଅନ୍ତର୍ଜାତୀୟ ଅତିଥି ସଂଗଠନ ଭାବେ ନିମନ୍ତ୍ରଣ କରିବ । ଆସନ୍ତା ବର୍ଷ ସେପ୍ଟେମ୍ବର ୯-୧୦ରେ ଜି-୨୦ ଶିଖର ସମ୍ମିଳନୀ ହେବ ।

hiranchal ad1
Leave A Reply

Your email address will not be published.

thirteen + 7 =