ଭାରତ-ବାଂଲା ସୀମାରେ ସଂଘର୍ଷ; ଜଣେ ଯବାନ ସହିଦ

0 43

ନୂଆଦିଲ୍ଲୀ: ଆଜି ଭାରତ-ବାଂଲାଦେଶରେ ବଡ଼ ଧରଣର ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି । ଏ ଘଟଣା ପରେ ସେଠାରେ ସୁକ୍ଷା କଡ଼ାକଡ଼ି କରାଯାଇଛି । ଉତ୍ତର ତ୍ରିପୁରାର କାଞ୍ଚନପୁର ସବଡିଭିଜନରେ ଥିବା ଭାରତ-ବାଂଲାଦେଶ ସୀମାରେ ଏନଏଲଏଫଟି(ନ୍ୟାସନାଲ ଲିବରେସନ୍‌ ଫ୍ରଣ୍ଟ ଅଫ୍‌ ତ୍ରିପୁରା)ର ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସହ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌)ର ଗୁଳି ବିନିମୟ ହୋଇତିଲା । ଏହି ଏନକାଉଣ୍ଟରରେ ଗୁରୁତର ଆହତ ହୋଇଥିବା ଯବାନଙ୍କୁ ଡାକ୍ତରଖାନା ନିଆଯାଇଥିଲା,ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ତାଙ୍କୁ ଚିକିତ୍ସା ପାଇଁ ଅଗରତାଲା ନିଆଯାଇଥିଲା । ନିହତ ଯବାନ ବିଏସଏଫର ୧୪୫ତମ ବାଟାଲିୟନର ଗିରିଜେଶ କୁମାର ବୋଲି ଜଣାପଡ଼ିଛିି । ବାଂଲାଦେଶ ପାର୍ଶ୍ୱରୁ ଗୁଳି ବିନିମୟ ଆରମ୍ଭ ହୋଇଥିବା ବେଳେ କଞ୍ଚାପୁର ସବଡିଭିଜନର ସେମା-୨ ଆଉଟପୋଷ୍ଟ ଅଞ୍ଚଳରେ ଏକ ବିଏସଏଫ ଟିମ୍‌ ଅପରେସନ କରିଥିଲା । ପୋଲିସ୍‌ ଅଧୀକ୍ଷକ କିରଣ କୁମାର କହିଛନ୍ତି, “ବାଂଲାଦେଶର ରଙ୍ଗାମାଟି ପାହାଡ ଜିଲ୍ଲାର ଜୁପୁଇ ଅଞ୍ଚଳରୁ ବହୁ ସଶସ୍ତ୍ର ମାଓବାଦୀ ବିଏସଏଫ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଯବାନମାନେ ପ୍ରତିଶୋଧ ପରାୟଣ ହୋଇ ଉଭୟ ପକ୍ଷ ମଧ୍ୟରେ ଏନକାଉଣ୍ଟର କରିଥିଲେ । ସେ କହିଛନ୍ତି ଯେ ଏହି ଏନକାଉଣ୍ଟର ବେଳେ ବିଏସଏଫ ଯବାନଙ୍କୁ ଚାରିଟି ଗୁଳି ବାଜିଥିଲା । ଘଟଣାସ୍ଥଳରେ ପହଞ୍ଚି କୁମାର କହିଛନ୍ତି ଯେ ବିଏସଏଫର ସମନ୍ୱିତ ପ୍ରତିଶୋଧ ଯୋଗୁଁ ଆତଙ୍କବାଦୀମାନେ ଅଧିକ କ୍ଷତି କରିପାରିନାହାଁନ୍ତି । ସେ କହିଛନ୍ତି, ଏହି ଘଟଣା ପରେ ଭାରତ-ବାଂଲାଦେଶ ସୀମାରେ ସୁରକ୍ଷାକୁ ବୃଦ୍ଧି କରାଯାଇଛି । ଏହି ଅଞ୍ଚଳରେ ଅଭିଯାନ ମଧ୍ୟ ଜୋରଦାର କରାଯାଇଛି ।

hiranchal ad1
Leave A Reply

Your email address will not be published.

14 + seven =