ଭାରତ ସମେତ ୧୬ଟି ଦେଶକୁ ଯିବା ଉପରେ କଟକଣା ଲଗାଇଲା ସାଉଦୀ ଆରବ

0 36

ଜେଦ୍ଦା: କୋଭିଡ୍‌ ସଂକ୍ରମଣ ପୁଣି ଗୁରୁତର ରୂପ ଧାରଣ କରୁଥିବାରୁ ସାଊଦିଆରବ କେତେକ କଟକଣା ଲାଗୁ କରିଛି । ଭାରତ ସମେତ ୧୬ଟି ଦେଶ ଭ୍ରମଣ ଉପରେ ସାଉଦୀ ଆରବ କଡ଼ା କଟକଣା ଲଗାଇଛି । ସାଉଦୀ ଆରବ ନିଷେଧାଜ୍ଞା ଜାରି କରିଥିବା ୧୬ ଦେଶ ମଧ୍ୟରେ ଭାରତ,ଲେବାନନ୍‌,ସିରିୟା,ତୁର୍କୀ,ଇରାନ୍‌,ଆଫଗାନିସ୍ତାନ,ୟେମେନ୍‌,ସୋମାଲିଆ,ଇଥିଓପିଆ,କଙ୍ଗୋ ଗଣତାନ୍ତ୍ରିକ ସାଧାରଣତନ୍ତ୍ର,ଲିବିୟା,ଇଣ୍ଡୋନେସିଆ, ଭିଏତ୍‌ନାମ,ଆର୍ମେନିଆ,ବେଲାରୁଷ୍‌ ଏବଂ ଭେନିଜୁଏଲା ରହିଛି । ଏହାଛଡା,‘ମଙ୍କିପକ୍ସ’ ସଂକ୍ରମଣ ବିଷୟରେ ସାଉଦୀ ଆରବର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜନସାଧାରଣଙ୍କୁ ଭରସା ଦେଇ କହିଛି ଯେ,ଦେଶରେ ଆଦୌ ‘ମଙ୍କିପକ୍ସ୍‌’ ମାମଲା ନାହିଁ । ସ୍ୱାସ୍ଥ୍ୟ ଉପମନ୍ତ୍ରୀ ଅବ୍ଦୁଲ୍ଲା ଆସିରି କହିଛନ୍ତି ଯେ,ଏଯାବତ୍‌ ମଣିଷ କ୍ଷେତ୍ରରେ ସଙ୍କ୍ରମଣ ଖୁବ୍‌ ସୀମିତ ରହିଛି । ତେଣୁ, ଏହି ମାମଲା ଚିହ୍ନଟ ହୋଇଥିବା ଦେଶଗୁଡିକରେ ମଧ୍ୟ ସଂକ୍ରମଣ ବ୍ୟାପିବାର ସମ୍ଭାବନା ଖୁବ୍‌ କମ୍‌ । ଉଲ୍ଲେଖଯୋଗ୍ୟ, ୧୧ଟି ଦେଶରେ ସମୁଦାୟ ୮୦ଟି ‘ମଙ୍କିପକ୍ସ୍‌’ ସଂକ୍ରମଣ ଚିହ୍ନଟ ହୋଇଥିବା କଥା ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ ସୁନିଶ୍ଚିତ କରିଛି ।

hiranchal ad1
Leave A Reply

Your email address will not be published.

13 − 3 =