ମନ୍‌ କି ବାତ୍‌ରେ ଓଡ଼ିଶାବାସୀଙ୍କୁ ନୂଆଁଖାଇ ଅଭିନନ୍ଦନ ଜଣାଇଲେ ମୋଦୀ

0 80

ନୂଆଦିଲ୍ଲୀ: କୁପୋଷଣ ଏକ ବଡ଼ ଚାଲେଞ୍ଜ । ଏହା ଯୋଗୁ ବହୁ ଲୋକ ସ୍ୱାସ୍ଥ୍ୟଗତ ଅଭିବୃଦ୍ଧି ସମସ୍ୟାର ଶିକାର ହେଉଛନ୍ତି । ତେଣୁ ଓରକାର ଏହା ବିରୋଧରେ ସଂଗ୍ରାମ ଆରମ୍ଭ କରିବାକୁ ଯାଉଛନ୍ତି । ଏହାକୁ ଏକ ଜାତୀୟ ଆନ୍ଦୋଳନରେ ପରିଣତ କରାଯିବ । ଏହାକୁ ସଫଳ କରିବା ପାଇଁ ଆପଣମାନେ ଏଥିରେ ସାମିଲ ହୁଅନ୍ତୁ । ଆଜି ନିଜର ଚନିୟମିତ ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦବୋଧନ ଦେଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ସେ ଓଡ଼ିଶାବାସୀଙ୍କୁ ସେ ନୂଆଖାଇ ପର୍ବର ଅଭନନ୍ଦନ ଜଣାଇଛନ୍ତି । ନୂଆଖାଇ ସମ୍ପର୍କରେ କହିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ନୂଆଖାଇ’ର ସାଧାରଣ ଅର୍ଥ ହେଲା ନୂତନ ଖାଦ୍ୟ । ଏହା ମଧ୍ୟ ଆମ କୃଷି ପରମ୍ପରା ସହିତ ଜଡିତ ଅନେକ ପର୍ବ ମଧ୍ୟରୁ ଗୋଟାଏ । ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ଦେଶର ପ୍ରତି ନଗରୀ, ପ୍ରତି ଗାଁରେ ଅମୃତ ମହୋତ୍ସବର ଅମୃତ ପ୍ରବାହିତ ହେଉଛି । କେବଳ ଭାରତରେ ନୁହେଁ, ବିଶ୍ୱର ଅନ୍ୟାନ୍ୟ ଦେଶରେ ମଧ୍ୟ ଅମୃତ ମହୋତ୍ସବ ପାଳନ କରାଯାଇଥିବା ଦେଖାଯାଇଛି । ବଟସ୍‌ୱାନାରେ ଥିବା ସ୍ଥାନୀୟ ଗାୟକମାନେ ଭାରତୀୟ ସ୍ୱାଧୀନତାର ୭୫ତମ ବାର୍ଷିକୀ ପାଳନ ଅବସରରେ ହିନ୍ଦୀ,ପଞ୍ଜାବୀ,ଗୁଜରାଟୀ,ବଙ୍ଗଳା,ଅହମିୟା,ତାମିଲ,ତେଲୁଗୁ,କନ୍ନଡ ଏବଂ ସଂସ୍କୃତ ଆଦି ଭାଷାରେ ୭୫ଟି ଦେଶାତ୍ମବୋଧକ ଗୀତ ଗାନ କରିଥିଲେ । ସେହିପରି,ଭାରତ-ନାମିବୀୟ ସାଂସ୍କୃତିକ ପାରମ୍ପରିକ ସମ୍ପର୍କ ଆଧାରରେ ସ୍ୱତନ୍ତ୍ର ଡାକଟିକଟ ମଧ୍ୟ ଉନ୍ମୋଚନ କରାଯାଇଥିଲା । ଏଥର ଅଗଷ୍ଟ ମାସରେ ଆପଣମାନଙ୍କର ପତ୍ରାବଳି, ବାର୍ତ୍ତା ଓ କାର୍ଡ ମୋ କାର୍ଯ୍ୟାଳୟକୁ ତ୍ରିରଙ୍ଗାୟିତ କରି ପକାଇଛି । ତ୍ରିରଙ୍ଗ ନ ଥିବା, ତ୍ରିରଙ୍ଗା ଏବଂ ସ୍ୱାଧୀନତା ବିଷୟରେ ଉଲ୍ଲେଖ ନ ଥିବା କୌଣସି ଚିଠି ମୋ ନଜରକୁ ଆସିନାହିଁ । ଅମୃତ ମହୋତ୍ସବ ଓ ସ୍ୱାଧୀନତା ଦିବସର ଏହି ସ୍ୱତନ୍ତ୍ର ଅବସରରେ ଆମେ ଦେଶର ସମ୍ମିଳିତ ସାମର୍ଥ୍ୟ ଦେଖିଛନ୍ତି । ସେଥିରେ ହୃଦୟଙ୍ଗମତାର ଚେତନା ଥିଲା । ୨୦୨୩ ପର୍ଯ୍ୟନ୍ତ ସ୍ୱାଧୀନତାର ଅମୃତ ମହୋତ୍ସବ ଚାଲିବ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

8 + nineteen =