ମୋଦୀଙ୍କୁ କୃତଜ୍ଞତା ଜଣାଇଲେ ବାଂଲା ପ୍ରଧାନମନ୍ତ୍ରୀ :
ଭାରତ ଆମର ପ୍ରକୃତ ବନ୍ଧୁ

0 70

ନୂଆଦିଲ୍ଲୀ,୪/୯: କୋଭିଡ ଓ ଋଷ-ୟୁକ୍ରେନ ଯୁଦ୍ଧ ସମୟରେ ଭାରତ ଯେଉଁ ଭୂମିକା ଗ୍ରହଣ କରିଛି,ତାହା ବାସ୍ତବିକ ଅଭୂତପୂର୍ବ । ଭାରତ ମାନବିକ ସହାୟତା ଯୋଗାଇଦେଇ ଅନେକଙ୍କ ଜୀବନ ବଞ୍ଚାଇଛି । କୋଭିଡ ସମୟରେ ଭାରତ ପଡେ଼ାଶୀ ଦେଶଗୁଡ଼ିକୁ ଟିକା ଯୋଗାଇଛି । ଏହି ସାହାଯ୍ୟକୁ କେହିବି ଭୁଲିପାରିବେ ନାହିଁ । ଭାରତର ଏହି ସହୃଦୟତା ପାଇଁ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଋଣୀ । ଏକଥା କହିଛନ୍ତି ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା । ଭାରତ ଗସ୍ତର ଅବ୍ୟବହିତ ପୂର୍ବରୁ ଆଜି ଏକ ସାକ୍ଷାତକାରରେ ସେ ଏକଥା କହି ମୋଦୀଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ହାସୀନା ଆସନ୍ତାକାଲି ଭାରତ ଆସୁଛନ୍ତି ।
ଦୁଇ ଦେଶର ଉତ୍ତମ ସମ୍ପର୍କ ଉପରେ ଗୁରୁତ୍ୱ ଦେଇ ସେ କହିଛନ୍ତି,ଆମ ଭିତରେ ମତଭେଦ ରହିପାରେ । ତେବେ ପରସ୍ପର ଆଲୋଚନା କରି ଏହାର ସମାଧାନ କରିପାରିବେ । ଆଉ ଅନେକ ସମୟରେ ଭାରତ ଓ ବାଲାଂଦେଶ ଏହା କରିଛନ୍ତି । ଭାରତ ସରକାରଙ୍କ ସମର୍ଥନରେ ବାଂଲାଦେଶୀ ନାଗରିକଙ୍କୁ ଅନେକ ସାହାଯ୍ୟ ମିଳିଛି । ଯୁଦ୍ଧଗ୍ରସ୍ତ ୟୁକ୍ରେନ୍‌ରୁ ବାଂଲାଦେଶ ଛାତ୍ରଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ଆମର ଅନେକ ସହଯୋଗ କରିଛନ୍ତି । ମୋଦୀଙ୍କୁ ଧନ୍ୟବାଦ ଦେଇ ହସିନା କହିଛନ୍ତି “ମୁଁ ବାସ୍ତବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜ ତରଫରୁ ଧନ୍ୟବାଦ ଜ୍ଞାପନ କରିବାକୁ ଚାହୁଁଛି । ସେ ଯୁଦ୍ଧ ସମୟରେ ଆମର ଅନେକ ଛାତ୍ରଙ୍କୁ ଭାରତୀୟ ଛାତ୍ରଙ୍କ ସହ ସେଠାରୁ ଉଦ୍ଧାର କରିବାରେ ସାହାଯ୍ୟ କରିଛନ୍ତି । ବିପଦ ସମୟରେ ସେ ପ୍ରକୃତ ବନ୍ଧୁତ୍ୱ ଦେଖାଇଛନ୍ତି । ଏହି ପଦକ୍ଷେପ ପାଇଁ ମୁଁ ମୋଦୀଙ୍କୁ ଧନ୍ୟବାଦ ଦେଉଛି ।” ସେହିପରି କରୋନା ସମୟରେ ଭାରତ ଦ୍ୱାରା ଆରମ୍ଭ କରାଯାଇଥିବା ଭ୍ୟାକ୍ସିନ ମୈତ୍ରୀ କାର୍ଯ୍ୟକ୍ରମକୁ ମଧ୍ୟ ତାରିଫ କରିଛନ୍ତି ହସୀନା । ସେ କହିଛନ୍ତି “ଏହି ପଦକ୍ଷେପ ପାଇଁ ମୁଁ ପ୍ରକୃତରେ ମୋଦୀଙ୍କୁ ଧନ୍ୟବାଦ ଦେଉଛି । ସେ କବେଳ ବାଂଲାଦେଶ ନୁହେଁ ବରଂ କିଛି ଦକ୍ଷିଣ ଏସିଆ ଦେଶକୁ ବି ଟିକା ଦେଇଛନ୍ତି । ଯାହା ପ୍ରକୃତରେ ବହୁତ ସାହାଯ୍ୟ କଲା । ୧୯୭୧ ମସିହାରୁ ଆମେ ସବୁବେଳେ ଭାରତର ସହଯୋଗକୁ ମନେ ରଖିଛୁ । ଏହା ବାଦ୍‌ ୧୯୭୫ରେ ଯେତେବେଳେ ମୁଁ ମୋ ପରିବାରର ସମସ୍ତ ସଦସ୍ୟଙ୍କୁ ହରାଇଥିଲି,ସେତେବେଳେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ମୋତେ ଭାରତରେ ଆଶ୍ରୟ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

15 − 6 =