ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା ରାଷ୍ଟ୍ରପତି ନିର୍ବାଚନୀରେ ପ୍ରାର୍ଥୀ ହେବେ । ଟିଏମ୍ସି ତାଙ୍କ ନାମକୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛି । ଟିମ୍ସି ପକ୍ଷରୁ ତାଙ୍କ ନାମକୁ ବିରୋଧୀ ଦଳ ସମ୍ମୁଖ୍ୟର ପ୍ରାର୍ଥୀ ଭାବେ ଉପସ୍ଥାପିତ କରାଯିବ । ଏହି ନିଷ୍ପତ୍ତି ପରେ ଶ୍ରୀ ସିହ୍ନା କହିଛନ୍ତି ଯେ,ସେ ପାର୍ଟି ରାଜନୀତିରୁ ବାହାରକୁ ଆସି ଦେଶ ନିମନ୍ତେ କାମ କରିବାକୁ ଚାହୁଁଛନ୍ତି । ସେଥିପାଇଁ ସେ ଟିଏମ୍ସିରୁ ଇସ୍ତଫା ଦେଇଥିବା ଜଣାପଡିଛି । ସେ ତୃଣମୂଳ କଂଗ୍ରେସର ଉପସଭାପତି ଥିଲେ । ଦଳରୁ ଇସ୍ତଫା ଦେଇ ସେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ରାଷ୍ଟ୍ରପତି ପଦ ପାଇଁ ମନୋନୟନପତ୍ର ଦାଖଲ କରିବେ । ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରିଥିବାରୁ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଟୁଇଟ କରି ଧନ୍ୟବାଦ ଦେଇଛନ୍ତି ।