ରୁଷ ରାଷ୍ଟ୍ରପତିଙ୍କୁ ହତ୍ୟା ଉଦ୍ୟମ

0 47

ମସ୍କୋ: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ଏକ ହତ୍ୟା ଉଦ୍ୟମ ହୋଇଥିଲା । ତେବେ ସେଥିରୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ ଏହି ପ୍ରୟାସ କେବେ ହୋଇଥିଲା ତାହା କିନ୍ତୁ ଜଣା ପଡିନାହିଁ । ଚଳିତ ବର୍ଷ ଫେବ୍ରୁଆରିରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବା ପରଠାରୁ ରୁଷ ରାଷ୍ଟ୍ରପତି ପୁଟିନଙ୍କ ସ୍ୱାସ୍ଥ୍ୟ ଏବଂ ଜୀବନ ପ୍ରତି ବିପଦକୁ ନେଇ ଗୁଜବ ଘୂରି ବୁଲୁଛି । ଖୋଦ୍‌ ରାଷ୍ଟ୍ରପତି ପୁଟିନ ନିଜ ବିଷୟରେ ୨୦୧୭ରେ ସର୍ବସାଧାରଣରେ ପ୍ରକାଶ କରି କହିଥିଲେ ଯେ ସେ ଅତି କମରେ ପାଞ୍ଚଟି ହତ୍ୟା ଉଦ୍ୟମରୁ ବଞ୍ଚିଛନ୍ତି । ଟେଲିଗ୍ରାମ ଚ୍ୟାନେଲରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ପୁଟିନଙ୍କ ଲିମୋଜିନ ଗାଡିର ବାମ ସମ୍ମୁଖ ଚକରେ ଏକ ଶକ୍ତ ଜୋରରେ ଧକ୍କା ଲାଗିଥିଲା । ଏଥିରୁ ଧୂଆଁ ବାହାରିବା ପରେ ମଧ୍ୟ କାରଟି ଶୀଘ୍ର ସୁରକ୍ଷିତ ସ୍ଥାନକୁ ନିଆଯାଇ ପରିଥିଲା । ଏହି ଘଟଣାରେ ପୁଟିନଙ୍କର କୌଣସି କ୍ଷତି ହୋଇନାହିଁ ।

hiranchal ad1
Leave A Reply

Your email address will not be published.

two × two =