ଲାଲକିଲା ଆକ୍ରମଣ ମାମଲା :
ଅସଫାକର ଫାଶୀ ଦଣ୍ଡାଦେଶ କାଏମ

0 81

ନୂଆଦିଲ୍ଲୀ: ୨୦୦୦ ମସିହାରେ ହୋଇଥିବା ଲାଲକିଲା ଆକ୍ରମଣ ମାମଲାରେ ଦୋଷୀ ମହମ୍ମଦ ଆରିଫ ଓରଫ ଅସଫାକର ଦଣ୍ଡାଦେଶ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ଅସଫାକର ପୂନର୍ବିଚାର ଆବେଦନକୁ ଆଜି ସର୍ବୋଚ ଅଦାଲତ ଖାରଜ କରିଦେଇଛନ୍ତି । ୨୨ ଡିସେମ୍ବର ୨୦୦୦ ମସିହାରେ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଇବା ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଦୁଇ ଜଣ ସେନା ଯବାନଙ୍କ ସମେତ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାର ଜବାବରେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଏହି ଆକ୍ରମଣ ଘଟଣାରେ ୨୦୦୫ ଅକ୍ଟୋବର ୩୧ରେ ନିମ୍ନ ଅଦାଲତ ଅସଫାକଙ୍କୁ ଦୋଷୀ ଘୋଷଣା କରିବା ସହ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ । ୨୦୧୩ରେ ସୁପ୍ରିମକୋର୍ଟ ଆରିଫର ଫାଶୀଦଣ୍ଡକୁ କାଏମ ରଖିବା ସହ ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଥିଲେ । ଏହା ପରେ ୨୦୧୪ରେ ସୁପ୍ରିମକୋର୍ଟ କୋର୍ଟ କ୍ୟୁରେଟିଭ ପିଟିସନକୁ ମଧ୍ୟ ଖାରଜ କରିଦେଇଥିଲେ । ବର୍ତ୍ତମାନ ପୁଣି ଥରେ ସୁପ୍ରିମକୋର୍ଟ ଆରିଫର ରିଭ୍ୟୁ ପିଟିସନକୁ ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟ ୨୦୧୫ ମସିହାରେ ୟାକୁବ ମେନନ ଏବଂ ଆରିଫର ଆବେଦନ ଉପରେ ଐତିହାସିକ ଫଇସଲା ଶୁଣାଇଥିଲେ । ସେତେବେଳେ କୋର୍ଟ କହିଥିଲେ,ଫାଶୀଦଣ୍ଡ ପାଇଥିବା ଦୋଷୀଙ୍କ ପୁନର୍ବିଚାର ଆବେଦନ ଉପରେ ଓପନ କୋର୍ଟ ଶୁଣିବା ହେବା ଦରକାର । ଏହା ପୂର୍ବରୁ ପୁନର୍ବିଚାର ଆବେଦନ ଶୁଣାଣି ନ୍ୟାୟାଧୀଶ ନିଜ ଚାମ୍ବରରେ କରୁଥିଲେ ।

hiranchal ad1
Leave A Reply

Your email address will not be published.

12 − 1 =