ଲେପ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ ହେଲେ ନୂଆ ସିଡିଏସ୍‌

0 48

ନୂଆଦିଲ୍ଲୀ : ଲେପ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନଙ୍କୁ ଭାରତର ନୂଆ ଚିଫ ଅଫ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ) ନିଯୁକ୍ତ କରାଯାଇଛି । ସେ ଗତ ବର୍ଷ ମେ ମାସରେ ସେନାରୁ ଅବସର ଗ୍ରହଣ କରିଥିଲେ । ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁର ୯ ମାସ ପରେ ଦେଶ ୨ୟ ସିଡିଏସଙ୍କୁ ପାଇଛି । ସିଡିଏସ ପଦଭାର ସହ ସେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଅଧିନସ୍ଥ ମିଲିଟାରୀ ବ୍ୟାପାର ବିଭାଗର ସଚିବ ଭାବେ ମଧ୍ୟ କାମ କରିବେ । ନିଜର ୪୦ ବର୍ଷର ସେନା କ୍ୟାରିୟରରେ ସେ ସେନାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାମ କରିଛନ୍ତି । ଆତଙ୍କବାଦ ନିରୋଧୀ ଅଭିଯାନରେ ତାଙ୍କର ଗଭୀର ଅଭିଜ୍ଞତା ରହିଛି । ସେ ୧୯୮୧ରେ ୧୧-ଗୋର୍ଖା ରାଇଫଲ୍ସରେ ଯୋଗ ଦେଇଥିଲେ । ସେ ନ୍ୟାସନାଲ ଡିଫେନ୍ସ ଏକେଡେମୀ ଖଡକୱାସଲା ଓ ନ୍ୟାସନାଲ ମିଲିଟାରୀ ଏକାଡେମୀ,ଡେରାଡୁନର ଛାତ୍ର ଥିଲେ ।

hiranchal ad1
Leave A Reply

Your email address will not be published.

13 − 6 =