ଶେଷରେ ଇସ୍ତଫା ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

0 57

ଲଣ୍ଡନ,୭/୭ : ଦ୍ୱନ୍ଦ୍ୱ ଓ ସସ୍‌ପେନ୍ସର ଅବସାନ ଘିଟିଛି । ଶେଷରେ ଇସ୍ତଫା ଦେଇଛନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ । ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ସେ ନିଜର ଇସ୍ତଫା ଘୋଷଣା କରିଛନ୍ତି । ୨୦୧୯ରେ ଲୋକେ ତାଙ୍କୁ ନିର୍ବାଚିତ କରିଥିବାରୁ ସେମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ସେହିପରି କୋଭିଡ ମହାମାରୀ ବେଳେ ଏହାର ସଫଳ ମୁକାବିଲାକୁ ନେଇ ନିଜ ଉପଲବ୍ଧିକୁ ବଖାଣିଛନ୍ତି ଜନ୍‌ସନ୍‌ । ସମଗ୍ର ୟୁରୋପରେ ବ୍ରିଟେନରେ ପ୍ରଥମେ କୋଭିଡ୍‌ ଟିକା ଅଭିଯାନର ଶୁଭାରମ୍ଭ କରାଯାଇଥିବା ସେ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଯୌନ କେଳେଙ୍କାରୀକୁ ନେଇ ବିବାଦରେ ଫସିବା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ସେ ରାଜି ହୋଇଥିଲେ । କନ୍‌ଜରଭେଟିଭ୍‌ ପାର୍ଟିର ନେତା ଭାବେ ଇସ୍ତଫା ପରେ ଜନ୍‌ସନ୍‌ ପ୍ରଧାନମନ୍ତ୍ରୀ ପଦରୁ ବି ଇସ୍ତଫା ଦେବାକୁ ରାଜି ହୋଇଥିଲେ । ଜନ୍‌ସନ୍‌ ବିବାଦ ଘେରକୁ ଆସିବା ପରେ ଆଉ ପଦରେ ରହିବା ଉଚିତ ନୁହେଁ ବୋଲି ମତ ରଖି ତାଙ୍କ ଦଳରୁ ଅନେକ ନେତା ଇସ୍ତଫା ଦେଇଥିଲେ । ଏପରିକି ଜନ୍‌ସନ୍‌ଙ୍କ ଇସ୍ତଫା ଦାବି କରି ଗତ ୪୮ ଘଣ୍ଟାମଧ୍ୟରେ ୫୦ରୁ ଅଧିକ ମନ୍ତ୍ରୀ ବ୍ରିଟିଶ୍‌ ସରକାରରୁ ଓହରିଯାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନିଜ କନ୍‌ଜରଭେଟିଭ୍‌ ପାର୍ଟିର ପ୍ରାୟ ୧୨ ଜଣ ମନ୍ତ୍ରୀ ଖୋଲାଖୋଲି ଭାବେ ଜନ୍‌ସନ୍‌ଙ୍କ ବିରୋଧରେ ବିଦ୍ରୋହ କରିଥିଲେ । ତେବେ ଆଗାମୀ ଅକ୍ଟୋବର ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଦଳର ଅନ୍ୟ କେହି ନେତା ନିଯୁକ୍ତି ନହେବା ପର୍ଯ୍ୟନ୍ତ ଜନ୍‌ସନ୍‌ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କବେ । ୨୦୧୯ ମସିହାରେ ଜନ୍‌ସନ୍‌ ବହୁ ସଂଖ୍ୟକ ଭୋଟ୍‌ ପାଇ ପ୍ରଧାନମନ୍ତ୍ରୀ ଭାବେ ଜିତିଥିଲେ । ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ଜନ୍‌ସନ୍‌ଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିଥିଲା । ସେ ଜଣେ ମହିଳା ସାଂସଦଙ୍କୁ ଯୌନ ଶୋଷଣ କରି ତାଙ୍କର ପେଦୋନ୍ନତି କରାଇଥିବା ଅଭିଯୋଗ ହୋଇଥିଲା । ୨୦୧୯ ମସିହାରୁ ତାଙ୍କ ବିରୋଧରେ ଏହି ମାମଲା ଆସିଥିବା ବେଳେ ଏ ଯାଏ ସେ ଦୋଷ ମୁକ୍ତ ହୋଇ ନାହାନ୍ତି ।

hiranchal ad1
Leave A Reply

Your email address will not be published.

three + thirteen =