ଶେଷରେ ରାଷ୍ଟ୍ରପତିଙ୍କୁ କ୍ଷମା ମାଗିଲେ କଂଗ୍ରେସ ସାଂସଦ ଅଧୀର

0 77

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନସୂଚକ ମନ୍ତବ୍ୟ ଦେଇ ବିବାଦରେ ଫସିଥିବା କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଶେଷରେ କ୍ଷମା ମାଗିଛନ୍ତି । ସେ ରାଷ୍ଟ୍ରପତିଙ୍କ ନିକଟକୁ ଚିଠି ଲେଖି ଏଭଳି ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି । ଚିଠିରେ ସେ ଉଲ୍ଲେଖ କରିଛନ୍ତି,‘ମୁଁ କ୍ଷମା ମାଗୁଛି,ଏହାକୁ ଗ୍ରହଣ କରିବାକୁ ଆପଣଙ୍କୁ ଅନୁରୋଧ’ । ସୂଚନା ଥାଉକି,ଶ୍ରୀ ଚୌଧୁରୀଙ୍କ ଏଭଳି ମନ୍ତବ୍ୟ ପରେ ତାଙ୍କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା । ଏକ ଭିଡିଓରେ ସେ ରାଷ୍ଟ୍ରପତିଙ୍କୁ ‘ରାଷ୍ଟ୍ରପତ୍ନୀ’ ବୋଲି କହିଥିଲେ । ଯାହାକୁ ନେଇ ସଂସଦ ଭିତରେ ଓ ବାହାରେ ଝଡ଼ ସୃଷ୍ଟି ହୋଇଥିଲା । ସଂସଦରେ ବିରୋଧୀଙ୍କୁ ଶାସକ ଦଳର ସାଂସଦମାନେ ଟାର୍ଗେଟ କରି ସମାଲୋଚନା କରିଥିଲେ । ମନ୍ତ୍ରୀ ସ୍ମୃତି ଇରାନୀ ଓ ନିର୍ମଳା ସୀତାରମଣ ଏହି ମନ୍ତବ୍ୟକୁ ବିରୋଧ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ କ୍ଷମା ମାଗିବାକୁ ଦାବି କରିଥିଲେ ।

hiranchal ad1
Leave A Reply

Your email address will not be published.

seven − 1 =