ଶ୍ୱଶୁର ଘର ବିରୋଧରେ ଏଭଳି ଅଭିଯୋଗ ଆଣିଲେ ଲାଲୁଙ୍କ ପୁଅ

0 43

ପାଟନା: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କ ଛାଡପତ୍ର ସମ୍ପର୍କରେ କୋର୍ଟରେ ଶୁଣାଣି କରିବା ପରେ ଶ୍ୱଶୁରଘର ଲୋକଙ୍କ ଉପରେ ବର୍ଷିଛନ୍ତି । ଫେସବୁକରେ ଲାଇଭ ଭିଡିଓ କରି ତେଜ ପ୍ରତାପ କହିଛନ୍ତି ଯେ ତାଙ୍କ ଶ୍ୱଶୁରଘର ଲୋକ ତାଙ୍କୁ ଏବଂ ତାଙ୍କ ପରିବାରକୁ ହଇରାଣ କରୁଛନ୍ତି । ସେମାନଙ୍କଠାରୁ କୋଟି କୋଟି ଟଙ୍କା ଦାବି କରାଯାଉଛି । ଲାଲୁ ପରିବାରକୁ ଧ୍ୱଂସ କରିବା ପାଇଁ ଏକ ଷଡଯନ୍ତ୍ର ରଚାଯାଇଛି । ଯଦି ଅଧିକ ହଇରାଣ କରାଯିବ ତେବେ ସେ ଚୁପ୍‌ ରହିବେ ନାହିଁ ଏବଂ ସମସ୍ତଙ୍କ ଗୁମର ଖୋଲିଦେବେ । ପ୍ରାୟ ସାଢେ ଆଠ ମିନିଟର ଏକ ଫେସବୁକ୍‌ ଲାଇଭରେ ତେଜ ପ୍ରତାପ କହିଛନ୍ତି ଯେ ତାଙ୍କ ପିତା ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କୁ ମଧ୍ୟ ବଦନାମ କରିବା ପାଇଁ ଏକ ଷଡଯନ୍ତ୍ର ରଚାଯାଇଛି । ତାଙ୍କ ମାଙ୍କୁ ଆକ୍ରମଣ କରାଯାଇଥିଲା,ତାଙ୍କୁ ଦୁର୍ବ୍ୟବହାର କରାଯାଇଥିଲା । ଏପରିକି ଗତ ୪ ବର୍ଷ ଧରି ତାଙ୍କ ଭଉଣୀ, ଭାଇ ଓ ବାପାଙ୍କୁ ଦୁର୍ବ୍ୟବହାର କରାଯାଇଛି । ତେଜ ପ୍ରତାପ କହିଛନ୍ତି ଯେ ସେ ଐଶ୍ୱର୍ଯ୍ୟା ରାୟଙ୍କ ଛାଡପତ୍ର ମାମଲା କୋର୍ଟ ମାଧ୍ୟମରେ ଶେଷ କରିବାକୁ ଚାହୁଁଛନ୍ତି । ନ୍ୟାୟ ପ୍ରକ୍ରିୟା ଏବଂ କୋର୍ଟ ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି । ଯଦି ତାଙ୍କ ପରିବାରକୁ ଅଧିକ ହଇରାଣ କରାଯାଏ ତେବେ ସେ ଚୁପ୍‌ ରହିବେ ନାହିଁ ବୋଲି ତେଜ ପ୍ରତାପ ଚେତାବନୀ ଦେଇଛନ୍ତି । ତାଙ୍କ ପାଖରେ ଏକ ହଜାର ଭିଡିଓ କ୍ଲିପ ଅଛି ବୋଲି ସେ କହିଛନ୍ତି । ଯଦି ସେ ଚାହିଁବେ,ତେବେ ଶ୍ୱଶୁରଘର ଲୋକଙ୍କୁ ମଧ୍ୟ ବଦନାମ କରିପାରିବେ ।

hiranchal ad1
Leave A Reply

Your email address will not be published.

one × 4 =