ଭୁବନେଶ୍ୱର : ଏବେ ସାଇବର ଠକେଇ ଘଟଣା ବହୁ ସଂଖ୍ୟାରେ ବଢୁଛି । ସାନ ବଡ଼ ପ୍ରାୟ ସମସ୍ତେ ଏହାର ହେଉଛନ୍ତି । ସ୍କୁଲ ଛାତ୍ରଛାତ୍ରୀ ଓ ଛୋଟ ପିଲା ମଧ୍ୟ ସାଇବର ମାମଲାରେ ଶିକାର ହେଉଛନ୍ତି । ଏହାକୁ ନେଇ ଚିନ୍ତାରେ କମିଶନରେଟ୍ ପୁଲିସ୍ । ସେଥିପାଇଁ ସ୍କୁଲ ଯିବ ପୁଲିସ । ସାଇବର ସୁରକ୍ଷା ନେଇ ପିଲାମାନଙ୍କୁ ସଚେତନତା କରିବ । ପ୍ରତି ସ୍କୁଲରେ ଦୁଇ ଜଣଙ୍କୁ ନେଇ ଗୋଟିଏ ଲେଖାଏଁ ଗ୍ରୁପ୍ କରାଯିବ । ସେହି ଗ୍ରୁପ୍ ଜରୀଆରେ ପୁଲିସ ସାଇବର ସମ୍ବନ୍ଧୀୟ ସୂଚନା ଦେବ । ସେହି ପରି ପ୍ରତି ସ୍କୁଲରେ ରହିବ ସାଇବର ସିକ୍ୟୁରୁଟି କ୍ଲବ । ଏହି କ୍ଲବରେ ଜଣେ ଛାତ୍ରୀଙ୍କ ସମେତ ମୋଟ୍ ୫ ଜଣ ରହିବେ । ମୋବାଇଲ ଓ ସୋଶାଲ୍ ମିଡ଼ିଆ ବ୍ୟବହାର,ଉପୋଜୋଗିତ ଏବଂ ଏହାର ଅପବ୍ୟବହାରର ପରିଣାମ ବିଷୟରେ ସଚେତନ କରାଯିବ । ସାଇବର ସୁରକ୍ଷା ନେଇ ସ୍କୁଲ ଛାତ୍ରଛାତ୍ରୀଙ୍କୁ ତାଲିମ ଦିଆଯିବ । ଏହା ସହ ଟ୍ରାଫିକ ନିୟମାବଳୀ, ନିଶା ସେବନ, ଏପରିକି ମିଛ ପ୍ରଲୋଭନ ପଡି ଘରୁ ଫେରାର ହୋଇଯିବା ଘଟଣା ସମ୍ପର୍କରେ ସଚେତନ କରାଯିବ । ଆଜି ଏ ନେଇ ପୁଲିସ୍ ସେବା ଭବନରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ଅନ୍ ଲାଇନ୍ ଗେମିଂରୁ ସ୍କୁଲ ପିଲାଙ୍କୁ ଦୂରରେ ରଖିବାକୁ ସ୍କୁଲର ପ୍ରତିନିଧି ମଣ୍ଡଳୀଙ୍କୁ ପରାମର୍ଶ ଦେଇଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।