ସିଏସ୍‌ଆଇଆର ପାଇଲା ପ୍ରଥମ ମହିଳା ମହାନିର୍ଦ୍ଦେଶିକା

0 49

ନୂଆଦିଲ୍ଲୀ: ଶନିବାର ବରିଷ୍ଠ ବୈଜ୍ଞାନିକ ନଲ୍ଲାତମ୍ବୀ ସେଲ୍‌ୱିଙ୍କୁ ‘କାଉନ୍‌ସିଲ୍‌ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ୍ଚ’ର (ସିଏସ୍‌ଆଇଆର୍‌) ମହାନିର୍ଦ୍ଦେଶିକା ଭାବେ ନିଯୁକ୍ତି ମିଳିଛି । ‘ସିଏସ୍‌ଆଇଆର୍‌’ ଅଧୀନରେ ସମଗ୍ର ଦେଶରେ ୩୮ଟି ଗବେଷଣା ପ୍ରତିଷ୍ଠାନ ରହିଛି । ଏହି ପ୍ରତିଷ୍ଠାନର ମୁଖ୍ୟା ହେବାରେ କଲେସେଲ୍‌ୱି ହେଉଛନ୍ତି ପ୍ରଥମ ମହିଳା । ଦାୟିତ୍ୱ ଗ୍ରହଣ ତାରିଖରୁ ସେ ୨ ବର୍ଷ ପାଇଁ ଏହି ପଦବୀରେ ରହିବେ ବୋଲି ଶନିବାର ଦିନ ‘ପର୍ସୋନେଲ୍‌ ମିନିଷ୍ଟ୍ରି’ ଆଦେଶନାମାରେ ଜାରି କରିଛି । ନୂଆ ଦାୟିତ୍ୱ ସହ କଲେସେଲ୍‌ୱି ‘ଡିପାର୍ଟମେଣ୍ଟ୍‌ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ୍ଚ’ର ସଚିବ ଦାୟିତ୍ୱ ମଧ୍ୟ ନିର୍ବାହ କରିବେ । ‘ଲିଥିୟମ୍‌-ଆୟନ୍‌’ ବ୍ୟାଟେରି କ୍ଷେତ୍ରରେ କାର୍ଯ୍ୟ ନିମନ୍ତେ ଜଣାଶୁଣା ନଲ୍ଲାତମ୍ବୀ ସମ୍ପ୍ରତି ତାମିଲନାଡୁର କରେକୁଡିରେ ଥିବା ‘ସିଏସ୍‌ଆଇଆର୍‌-ସେଣ୍ଟ୍ରାଲ୍‌ ଇଲେକ୍‌ଟ୍ରୋକେମିକାଲ୍‌ ରିସର୍‌ଚ ଇନ୍‌ଷ୍ଟିଚ୍ୟୁଟ୍‌’ର ନିର୍ଦ୍ଦେଶିକା ଅଛନ୍ତି । ୨୦୧୯ ଫେବ୍ରୁଆରିରେ ସେ ‘ସେଣ୍ଟ୍ରାଲ୍‌ ଇଲେକ୍‌ଟ୍ରୋକେମିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌’ର (ସିଏସ୍‌ଆଇଆର୍‌-ସିଇସିଆର୍‌ଆଇ) ପ୍ରଥମ ମହିଳା ମୁଖ୍ୟ ଭାବେ ନିଯୁକ୍ତି ପାଇଥିଲେ ।

hiranchal ad1
Leave A Reply

Your email address will not be published.

sixteen − six =