ଟୋକିଓ : ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାର ଆସନ୍ତା ସେପ୍ଟେମ୍ବର ୨୭ରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ । ମୋଦୀ ନିଜର ଏହି ଜାପାନ ଗସ୍ତ କାଳରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କୁ ସାକ୍ଷାତ କରିବେ । ଆବେଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଭାରତ ଓ ଜାପାନ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ନିବିଡ଼ ହୋଇଥିଲା । ପୁଣି ଆମେରିକା, ଜାପାନ, ଭାରତ ଓ ଅଷ୍ଟ୍ରେଲିଆକୁ ନେଇ ଗଠିତ କ୍ୱାଡ୍ ମେଣ୍ଟର ପରିକଳ୍ପନା ଆବେ ହିଁ କରିଥିଲେ । ଆବେ ଓ ମୋଦୀଙ୍କ ମଧ୍ୟରେ ଘନିଷ୍ଠ ମିତ୍ରତା ଥିଲା । ଏଣୁ ମୋଦୀ ବ୍ୟକ୍ତିଗତ ଭାବେ ଜାପାନ ଯିବାକୁ ନିଷ୍ପତ୍ତି ନେଇଛନ୍ତି ।