ସୋମବାର ଆସ୍ଥା ଭୋଟ ଲୋଡ଼ିବେ କେଜ୍ରିୱାଲ

0 75

ନୂଆଦିଲ୍ଲୀ: ଦିଲ୍ଲୀରେ ରାଜନୀତି ଏବେ ପୂରା ଗରମାଗରମ । ଦୁର୍ନୀତି ପ୍ରସଙ୍ଗକୁ ନେଇ ଦିଲ୍ଲୀର କେଜ୍ରିୱାଲ ସରକାର ଏବଂ କେନ୍ଦ୍ର ସରକାର ତଥା ବିଜେପି ମଧ୍ୟରେ ଲାଗି ରହିଥିବା ମୁହାଁମୁହିଁ ସ୍ଥିତି ବର୍ତ୍ତମାନ ଚରମ ସ୍ତରରେ ପହଞ୍ଚିଯାଇଛି । ଆପ୍‌ର ୨୦ରୁ ୨୫ ବିଧାୟକ ବିଜେପି ସହ ଯୋଗାଯୋଗ କରୁଥିବା ନେଇ ବିଜେପି ଦାବି କରିବା ପରେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଚିନ୍ତା ବଢିଛି । ଏଭଳି କାମକୁ ଦେଖି ବିଜେପିକୁ ସରକାରଙ୍କ ସିରିଏଲ କିଲର ବୋଲି କହିଛନ୍ତି କେଜ୍ରିୱାଲ । ବିଜେପିକୁ ମୁହଁତୋଡ଼ ଜବାବ ଦେବା ସହ ନିଜ ଦଳ ପ୍ରକୃତରେ ଠିକ୍‌ ଅଛି କି ନାହିିଁ,ଜାଣିବା ପାଇଁ କେଜ୍ରିୱାଲ ଆସନ୍ତା ସୋମବାର ବିଧାନସଭାରେ ଶକ୍ତି ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ,ସେହିଦିନ ସେ ଆସ୍ଥାଭୋଟ ଲୋଡ଼ିବେ । ସେହିଦିନ ଜଣାପଡ଼ିଯିବ,କିଏ କାହା ପଟେ ଅଛନ୍ତି । ଆଜି ଦିଲ୍ଲୀ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରି କେଜ୍ରିୱାଲ କହିଛନ୍ତି ଯେ ଆସ୍ଥା ଭୋଟ କରି ମୁଁ ଦର୍ଶାଇବାକୁ ଚାହୁଁଛି ଯେ ବିଜେପି ଆପ୍‌ର ଗୋଟିଏ ବି ବିଧାୟକଙ୍କୁ କିଣି ପାରି ନାହିଁ । ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ଆପ ନେତା ସଞ୍ଜୟ ସିଂ କହିଥିଲେ ଯେ, ସିସୋଦିଆଙ୍କୁ ବ୍ୟବହାର କରି ବିଜେପି ଦିଲ୍ଲୀରେ ନିଜର ସରକାର ଗଠନ ପାଇଁ ଚେଷ୍ଟା କରିଥିଲେ ବି ସଫଳ ହୋଇପାରି ନାହିଁ । ଏହା ପରେ ବିଜେପି ଆମର ବିଧାୟକମାନଙ୍କୁ ଧମକ ଦେଇ ୨୦କୋଟି ଟଙ୍କାର ଅଫର ଦେବା ଆରମ୍ଭ କରିଛି । ବିଜେପି ଦିଲ୍ଲୀରେ କେଜ୍ରିୱାଲ ସରକାରକୁ ହଟାଇବାକୁ ଚେଷ୍ଟା କରୁଛି । ସିସୋଦିଆଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ସିନ୍ଦେ କରିବାକୁ ଚାହୁଁଥିଲା ବିଜେପି । ସିସୋଦିଆଙ୍କୁ ବ୍ୟବହାର କରି ବିଜେପି ଦିଲ୍ଲୀରେ ନିଜର ସରକାର ଗଠନ ପାଇଁ ଚେଷ୍ଟା କରିଥିଲେ ବି ସଫଳ ହୋଇପାରିନାହିଁ । ଏଭଳି ଦାବି ମଧ୍ୟରେ କେଜ୍ରିୱାଲ ଆଜି ନିଜର ଶକ୍ତି ପ୍ରଦର୍ଶନ ପାଇଁ ସୋମବାର ଆସ୍ଥା ଭୋଟ କରିବାକୁ କହିଛନ୍ତି ।

hiranchal ad1
Leave A Reply

Your email address will not be published.

5 − four =