ସ୍ୱାଧୀନତା ଦିବସ ପୂର୍ବରୁ ଜବତ ହେଲା ୨ ହଜାର ଗୁଳି

0 93

ନୂଆଦିଲ୍ଲୀ: ଆସନ୍ତା ସ୍ୱାୀନତା ଦିବ ୧୫ ତାରିଖରେ ଆତଙ୍କବାଦୀମାନେ ରାଜଧାନୀ ଦିଲ୍ଲୀରେ ବଡ଼ ଧରଣର ହମଲା ଯୋଜନା କରୁଛନ୍ତି ବୋଲି ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା ତଥା ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସବୁ ସନ୍ଦୀଗ୍ଧ ସ୍ଥାନରେ ବ୍ୟାପକ ତଲାସୀ ଚାଲିଛି । ଏହି ତଲାସୀ ବେଳେ ଦିଲ୍ଲୀରୁ ସ୍ୱାଧୀନତା ଦିବସର ମାତ୍ର ୨ ଦିନ ପୂର୍ବରୁ ଦିଲ୍ଲୀ ଆନନ୍ଦ ବିହାର ଅଞ୍ଚଳରେ ୨ ହଜାର ଜୀବନ୍ତ ଗୁଳି ଜବତ ହୋଇଛି । ଏଥିସହ ଏହି ଘଟଣାରେ ୬ ଜଣ ଯୁବକଙ୍କୁ ପୁଲିସ ଗିରଫ କରିଛି । କ୍ୟାଟ୍ରିଜ୍‌ ବ୍ୟତୀତ ସେମାନଙ୍କ ଠାରୁ ବିପୁଳ ପରିମାଣର ଗୋଳାବାରୁଦ ମଧ୍ୟ ଜବତ କରାଯାଇଛି । ଏହି କାରଟୁସ ଗୁଡିକ ଦୁଇଟି ବ୍ୟାଗରେ ରହିଥିବା ବେଳେ ଇଷ୍ଟ ଦିଲ୍ଲୀ ପୁଲିସର ଗୋଟିଏ ଟିମ ଏହାକୁ ଜବତ କରିଛି । ଏମାନେ ଚୋରା ବନ୍ଧୁକ ସହ ଗୁଳିଗୋଳା ଚାଲାଣ କାରବାରରେ ସାମିଲ ଥିବା ପୁଲିସ୍‌ କହିଛି । ସ୍ୱାଧୀନତା ଦିବସରେ ଆତଙ୍କବାଦୀମାନେ ଦିଲ୍ଲୀରେ ବଡଧରଣର ହମଲା କରିପାରନ୍ତି ବୋଲି ଗୁଇନ୍ଦା ବିଭାଗ ସୂଚନା ଦେଇ ସାରିଛି । ଏଥିପାଇଁ ସମ୍ବେଦଶୀଳ ଅଞ୍ଚଳଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡାକଡି କରାଯାଇଛି ।

hiranchal ad1
Leave A Reply

Your email address will not be published.

eighteen − 14 =