ହ୍ରାସ ପାଉଛି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା

0 69

ନୂଆଦିଲ୍ଲୀ: ଆଜି ମଧ୍ୟ ଦେଶରେ କରୋନା ସଂକ୍ରମଣ ସଂଖ୍ୟାରେ ୨୦ ହଜାର ଉପରେ ରହିଛି । ଦୈନିକ ପଜିଟିଭିଟି ହାର ୫.୧୨% ରେକର୍ଡ କରାଯାଇଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର ୪.୮୨% ଥିବା କଥା ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୦,୪୦୯ କରୋନା ନୂତନ ସଂକ୍ରମଣ ଓ ୩୨ମୃତ୍ୟୁ ରେକର୍ଡ କରାଯାଇଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୨୦,୪୦୯ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪, ୩୯,୭୯,୭୩୦ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ହୋଇଥିବା ୩୨ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ମୃତ୍ୟୁସଂଖ୍ୟା ୫,୨୬,୨୫୮ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ କୋଭିଡ୍‌ ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୩୩,୦୯୪,୮୪ । ଏହାଛଡା, ଗତ ୨୪ ଘଣ୍ଟା ମଧ୍ୟରେ ୨, ୩୩୫ ହ୍ରାସ ପାଇ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୪୩,୯୮୮ ଥିବା ରେକର୍ଡ କରାଯାଇଛି । ଦେଶରେ ସକ୍ରିୟର ସଂକ୍ରମଣ ହାର ସମୁଦାୟ ସଂକ୍ରମଣର ୦.୩୩% ହୋଇଥିବା ବେଳେ ସୁସ୍ଥତା ହାର ୯୮.୪୮% ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟର କହିଛି ।

hiranchal ad1
Leave A Reply

Your email address will not be published.

four + seventeen =