୧୬ଟି ଔଷଧ କିଣିବାକୁ ଆଉ ଆବଶ୍ୟକ ପଡ଼ିବନି ପ୍ରେସକ୍ରିପସନ

0 134

ନୂଆଦିଲ୍ଲୀ : ୧୬ଟି ସାଧାରଣ ଔଷଧକୁ ଓଭର-ଦି-କାଉଣ୍ଟର ଶ୍ରେଣୀଭୁକ୍ତ କରିବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି । ଅର୍ଥାତ୍‌ ଏସବୁ ଔଷଧ କିଣିବାକୁ ହେଲେ ଲୋକମାନଙ୍କୁ ଡାକ୍ତରଙ୍କ ପରାମର୍ଶ ଆବଶ୍ୟକ ପଡ଼ିବ ନାହିଁ । ଏଥିପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଡ୍ରଗ ରୁଲ୍ସ ୧୯୪୫ରେ କେତେକ ସଂଶୋଧନ ଆଣିବାକୁ ପ୍ରସ୍ତାବ ଦିଆଯାଇଛି । ଏହି ସଂଶୋଧନ ଦ୍ୱାରା ୧୬ଟି ଔଷଧକୁ ସିଡ୍ୟୁଲ-କେ ଶ୍ରେଣୀଭୁକ୍ତ କରାଯିବ । ଏହାଫଳରେ ଲାଇସେନ୍ସ ପ୍ରାପ୍ତ ଔଷଧ ଦୋକାନୀ ମାନଙ୍କରୁ ଗ୍ରାହକମାନେ ବିନା ଡାକ୍ତରଙ୍କ ପ୍ରେସକ୍ରିପସନ ଦେଖାଇ କିଣିପାରିବେ । ଏହି ସଂଶୋଧନ ପାଇଁ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ପକ୍ଷଙ୍କ ମତାମତ ମଗାଯାଇଛି । ଏ ନେଇ ଏକ ଗେଜେଟ ଅଧିସୂଚନା ପ୍ରକାଶ ପାଇଛି । ସାଧାରଣ ରୋଗ ଯେପରିକି ଥଣ୍ଡା, ଜ୍ୱର, ମୁଣ୍ଡବିନ୍ଧା, ଚର୍ମ କୁଣ୍ଡେଇ ହେବା ପାଇଁ ଲୋକମାନେ ଅଧିକାଂଶ ସମୟରେ ଡାକ୍ତରଙ୍କ ପାଖକୁ ନ ଯାଇ ସିଧାସଳଖ ଔଷଧ ଦୋକାନରୁ କିଣି ଔଷଧ ଖାଇଥାନ୍ତି । ଅବଶ୍ୟ ଯେ କୌଣସି ପ୍ରକାରର ଔଷଧ ଡାକ୍ତରଙ୍କ ପରାମର୍ଶରେ ସେବନ କରିବା ସବୁଠରୁ ଭଲ । କିନ୍ତୁ ଏସବୁ ଔଷଧଗୁଡ଼ିକର ବ୍ୟବହାର ସହ ଆମେ ଏତେ ପରିଚିତ ହୋଇଗଲୁଣି ଯେ ଡାକ୍ତରଙ୍କ ପରାମର୍ଶ ବିନା ହିଁ ଲୋକମାନେ ସେବନ କରିଦିଅନ୍ତି ।

hiring

hiranchal ad1
Leave A Reply

Your email address will not be published.

eighteen + 2 =