୮ଟି ଆଇଆଇଟିର ନୂତନ ନିର୍ଦ୍ଦେଶକଙ୍କୁ ନିଯୁକ୍ତ କଲେ ରାଷ୍ଟ୍ରପତି

0 71

ନୂଆଦିଲ୍ଲୀ: ଭୁବନେଶ୍ୱର ସମେତ ଦେଶର ୮ଟି ଆଇଆଇଟି ପାଇଁ ନୂତନ ନିର୍ଦ୍ଦେଶକଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି । ଦେଶର ଆଠଟି ଆଇଆଇଟି ପ୍ରତିଷ୍ଠାନର ନିର୍ଦ୍ଦେଶକ ନିଯୁକ୍ତିକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି । ଏ ସମ୍ପର୍କରେ ସୂଚନା ପ୍ରଦାନ କରି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ସମସ୍ତ ଆଇଆଇଟି ବର୍ତ୍ତମାନ ନୂତନ ନିର୍ଦ୍ଦେଶକ ପାଇପାରିବେ । ସୂଚନାଯୋଗ୍ୟ ଯେ ଭାରତର ରାଷ୍ଟ୍ରପତି ହେଉଛନ୍ତି ଦେଶର ସମସ୍ତ ଆଇଆଇଟି ଅନୁଷ୍ଠାନର ପରିଦର୍ଶକ । ତେଣୁ ଆଇଆଇଟିର ନିର୍ଦ୍ଦେଶକ ନିଯୁକ୍ତ କରିବାର ରାଷ୍ଟ୍ରପତିଙ୍କର ଅଧିକାର ରହିଛି । ଏହି କ୍ଷମତାକୁ ବ୍ୟବହାର କରି ରାଷ୍ଟ୍ରପତି ପ୍ରଫେସର ଏ ସେଶାଦ୍ରି ଶେଖରଙ୍କୁ ଆଇଆଇଟି ପାଲକ୍କଡ ପାଇଁ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଥିବାବେଳେ ପ୍ରଫେସର କେ.ଏନ୍‌ ସତ୍ୟନାରାୟଣଙ୍କୁ ଆଇଆଇଟି ତିରୁପତିର ନିର୍ଦ୍ଦେଶକ ତଥା ପ୍ରଫେସର ଭେଙ୍କପ୍ପା ଆର ଦେଶାଇଙ୍କୁ ଆଇଆଇଟି ଧରୱାଡର ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଛନ୍ତି । ପ୍ରଫେସର ରାଜୀବ ପ୍ରକାଶଙ୍କୁ ଆଇଆଇଟି ଭିଲାଇ ପାଇଁ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଥିବାବେଳେ ପ୍ରଫେସର ରଜତ ମୁନା ଆଇଆଇଟି ଗାନ୍ଧିନଗରର ନୂତନ ନିର୍ଦ୍ଦେଶକ ହେବେ । ପ୍ରଫେସର ଶ୍ରୀପଦ କମଲକର ଆଇଆଇଟି ଭୁବନେଶ୍ୱରର ନୂତନ ନିର୍ଦ୍ଦେଶକ ହେବେ । ରାଷ୍ଟ୍ରପତି ପ୍ରଫେସର ପାସୁମାର୍ଥୀ ସେସୁଙ୍କୁ ଆଇଆଇଟି ଗୋଆର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି । ସେହିଭଳି ପ୍ରଫେସର ମନୋଜ ସିଂ ଗୌରଙ୍କୁ ଆଇଆଇଟି ଜାମ୍ମୁ ପାଇଁ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

1 + ten =