ନରୱେକର ହେଲେ ମହାରାଷ୍ଟ୍ର ବାଚସ୍ପତି

0 64

ମୁମ୍ବାଇ: ବିଜେପି ବିଧାୟକ ରାହୁଲ ନରୱେକର ହେଲେ ମହାରାଷ୍ଟ୍ର ବାଚସ୍ପତି । ଆଜି ବସିଥିବା ବିଧାନସଭା ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ରାହୁଲଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି । ଶିବେସନା ବିଦ୍ରୋହୀ ନେତା ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ମାତ୍ର ଗୋଟିଏ ଦିନ ବ୍ୟବଧାନରେ ହୋଇଥିବା ବାଚସ୍ପତି ନିର୍ବାଚନ ରାଜ୍ୟ ରାଜନୀତି ପାଇଁ ବେସ ଗୁରୁତ୍ୱପୂର୍ଣ୍ଣ ବିଚାର କରାଯାଉଥିଲା । ଶିବସେନା ମଧ୍ୟ ବାଚସ୍ପତି ପ୍ରାର୍ଥୀ ଦେଇଥିଲେ ସୁଦ୍ଧା ବିଜେପି ପ୍ରାର୍ଥୀ ତଥା ବିଧାୟକ ରାହୁଲ ନରୱେକର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ।
ଆଜି ଅଧିବେଶନର ପ୍ରଥମ ଦିନରେ ବାଚସ୍ପତି ନିର୍ବାଚନ ଶେଷ ହୋଇଥିବା ବେଳେ ଆସନ୍ତାକାଲି ଗୃହରେ ବହୁମତ ପ୍ରମାଣ ଦେବ ନବଗଠିତ ସିନ୍ଦେ ସରକାର । ଗୃହରେ ଫ୍ଲୋରଟେଷ୍ଟ ପାଇଁ ବାଚସ୍ପତିଙ୍କର ମୁଖ୍ୟ ପରିଚାଳନାଗତ ଭୂମିକା ରହିଛି । ଆଜି ବିଧାନସଭାକୁ ବାଚସ୍ପତି ମିଳି ସାରିଥିବା ବେଳେ ଆସନ୍ତାକାଲି ସଂଖ୍ୟା ଗରିଷ୍ଠତା ପ୍ରମାଣ ପ୍ରକ୍ରିୟା ମଧ୍ୟ ଶେଷ ହେବ ।

hiranchal ad1
Leave A Reply

Your email address will not be published.

fourteen − four =