ନୀତିଶ ଜେଡିୟୁର ବିଧାୟକ ଦଳ ନେତା ନିର୍ବାଚିତ

0 76

ପାଟନା- ବିହାରରେ ନୂତନ ସରକାର ଗଠନ ପାଇଁ ଆଜି ଏନଡିଏର ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ନୀତିଶ ଜେଡିୟୁର ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି । ସଂଖ୍ୟା ଗରିଷ୍ଠତା ପାଇଁ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ସ୍ଥିର ହୋଇଛି । ଆଗାମୀ କାର୍ଯ୍ୟସୂଚୀ ଅନୁସାରେ ଆଜି ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କୁ ଇସ୍ତଫା ପ୍ରଦାନ କରିବେ, ଏବଂ ବିଧାନସଭା ଭଙ୍ଗ ହେବ। ନୂତନ ମନ୍ତ୍ରିମଣ୍ଡଳ ୨୦ ତାରିଖରେ ଶପଥ ଗ୍ରହଣ କରିବ । ଏନଡିଏ ମେଣ୍ଟ ବୈଠକ ଏବେ ମଧ୍ୟ ଚାଲିଥିବା ସୂଚନା ରହିଛି । ବୈଠକରେ କ୍ୟାବିନେଟ ବଣ୍ଟନ ଉପରେ ଆଲୋଚନା ଚାଲିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅର୍ଜୁନ ରାମ ମେଘୱାଲ, ୟୁପି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବିଜେପି ନେତା ସାଧ୍ୱୀ ନିରଞ୍ଜନ ଜ୍ୟୋତି ଏବଂ ବିନୋଦ ତାୱଡେ ବିଧାୟକ ଦଳ ବୈଠକରେ ଉପସ୍ଥିତ ଅଛନ୍ତି ।

hiranchal ad1
Leave A Reply

Your email address will not be published.

six + 9 =